ଆହେଡ଼ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ।

0 317

କନ୍ଧମାଳ,୦୨/୦୨(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ହାଟପଦା ସ୍ଥିତ ନାରାୟଣୀ ଯାତ୍ରା ସଭାଗୃହ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସ୍ୱେଚ୍ଛାସେବୀ ସଂଗଠନ ଆହେଡ଼୍‍ ପକ୍ଷରୁ ଫିଜିଓଥୋରାପି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗିରିକ ସଂଘର ସଭାପତି ଡ଼,ରାଜ କିଶୋର ବେହେରା ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ବହୁ ବରିଷ୍ଠ ନାଗରିକ ସଂଘର ବହୁ କର୍ମକର୍ତ୍ତାମାନେ ଯୋଗଦେଇଥିବା ବେଳେ ନିରୋଲଜିଷ୍ଟି ଡ଼. ପ୍ରଣବ କୁମାର ମେହେରା, ଅର୍ଥପେଡ଼ିକ୍‍ ଡ଼.ସ୍ୱରୁପା ନନ୍ଦ ସାହୁ ଓ ଡ଼. ରୋହିତ୍‍ ପାତ୍ର ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆହେଡ଼ର ମୁଖ୍ୟ ରାଜୀବ କୁମାର ମିଶ୍ର, ଉପଦେଷ୍ଟା ଡ଼.ଅନନ୍ତ ଚରଣ ମିଶ୍ରଙ୍କ ସମେତ ସ୍ୱେଚ୍ଛାସେବୀ ଓମ୍‍କାର ମିଶ୍ର ସହଯୋଗ କରିଥିଲେ। ଅନୁଷ୍ଠିତ ଉଦ୍‍ଘାଟନ ସଭାରେ ନିର୍ଦ୍ଦେଶକ ରଥ ସାହୁ ପରିଚାଳନା କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.