ଆହତ ହରିଣ ଉଦ୍ଧାର।

0 306

ତିର୍ତ୍ତୋଲ,୦୧/୦୨(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ମର୍ଦୋଳ ଗ୍ରାମରୁ ଆହତ ଅବସ୍ଥାରେ ଏକ ହରିଣ ଉଦ୍ଧାର କରାଯାଇଛି । ଆଜି ଦିଵା ୧୧ଟା ସମୟରେ ମର୍ଦୋଳ ଗ୍ରାମର ରଞ୍ଜନ କୁମାର ବିଶ୍ଵାଳଙ୍କ ଗୁହାଳ ଘର ଭିତରକୁ ଏକ ପ୍ରାପ୍ତ ବୟସ୍କ ହରିଣ ପଶି ଆସିଥିଲା । ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ହରିଣଟିକୁ କାବୁ କରି ଜଗତସିଂହପୁର ଜିଲ୍ଲାର ଧରତଙ୍ଗଗଡ ବନାଞ୍ଚଳ ଅଧିକାରୀ ଙ୍କୁ ଜଣାଇଥିଲେ । ବନ କର୍ମଚାରୀ ମାନେ ପହଞ୍ଚି ସୁରକ୍ଷିତ ଅବସ୍ଥାରେ ହରିଣଟିକୁ ଗ୍ରାମବାସୀଙ୍କ ନିକଟରୁ ନେଇଥିଲେ । ଏକାଧିକ ହରିଣ ଏହି ଅଞ୍ଚଳକୁ ଆସିଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.