ଛତ୍ରପୁର, ତା.୦୭/୦୬(ପିପିଟି);ସାଂସଦ ଆସ୍କା ପ୍ରମିଳା ବିଷୋୟୀ , ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭଦ୍ରା ଆସ୍କା ଠାରେ ନବନିର୍ମିତ ଅବକାରୀ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ଅବକାରୀ ଥାନାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ସାଂସଦ ଆସ୍କା ପ୍ରମିଳା ବିଷୋୟୀ ଉଦଘାଟନ କରିଥିଲେ . ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନ ଉତ୍ସବରେ ସମସ୍ତ ଅତିଥି ବୃକ୍ଷ ରୋପଣ କରି ଶୁଭ ଉଦଘାଟନ କାର୍ଯ୍ୟକ୍ରମକୁ ଦ୍ବିଗୁଣିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆସ୍କା ତହସିଲଦାର, ପିଡବ୍ଲ୍ୟୁଡି ସହକାରୀ ଯନ୍ତ୍ରୀ, ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରା, ଆସ୍କା ଅବକାରୀ ନିରୀକ୍ଷକ ଧୀରେନ୍ କୁମାର ବେହେରା ଓ ଆସ୍କା ଅବକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ ।