ଆସିକା ପୋଲିସର ବଡ ସଫଳତା, ବୃହତ୍ତ ଧରଣର ଅସ୍ତ୍ରଶସ୍ତ୍ର ଜବତ ।

0 1,422

ବ୍ରହ୍ମପୁର;୨୯/୧୧(ପିପିଟି); ଆସିକା ପୋଲିସ ଅପରାଧିକ ନିୟନ୍ତ୍ରଣ ପାଇଁ ନେଇଥିବା ଏକ ପଦକ୍ଷେପ ସଫଳ ହୋଇଛି ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଯୋଜନା ମୁତାବକ ଏସଡିପିଓ ଆସ୍କା ଓ ଅନ୍ୟାନ୍ୟ ପୋଲିସ ଟିମ୍ ମିଳିତ ଚଢ଼ାଉ ଫଳରେ ରୋବରୀ, ଡକାୟତି ଓ ଲୁଟ ବହୁ ହତ୍ୟା ଅପରାଧ,ଅସାମାଜିକ କାର୍ଯ୍ୟ, ହତ୍ୟା ଷଡଯନ୍ତ୍ର ଆଦି ସଙ୍ଗୀନ କେଶ ରେ ଅଭିଯୁକ୍ତ ମିଲୁ ଓରଫ ମୁରଲୀଧର ବିଷୋୟୀ (୩୩) ଧରକୋଟ ଥାନାର ଭଦାଗୁଡା , ମୁଗୁଲି ଓରଫ ଭଗବାନ ସ୍ୱାଇଁ (୩୨),ଧରକୋଟ ଥାନାର ଜାହାଡ଼ା,ବିଶ୍ୱଜିତ ନାୟକ ଓରଫ ହରଲିକିସ (୨୫),ଧରକୋଟ ଥାନ ଜାହାଡ଼ା,ଦିଲିପ କୁମାର ଗୌଡ଼(୩୨)ଗାଙ୍ଗପୁର ଥାନା ବଡୁଲା,ଟୁକୁନା ସ୍ୱାଇଁ(୪୦) ଗାଙ୍ଗପୁର ଥାନା ପାଣିବନ୍ଧ, ଶଙ୍କର ବିଷୋୟୀ (୩୮) ବଡଗଡ ଥାନାର ଗାଙ୍ଗପୁର ,ମଧାବ ଗୌଡ଼ (୩୦) ଗାଙ୍ଗପୁର ଥାନା ର କଳାସୁତା, ବିନୟ ସାହୁ (୨୨) ବଡଗଡ ଥାନା ଗାଙ୍ଗପୁର କୁ ଆସିକା ପୋଲିସ ଗିରଫ କରିଛି ।ସେମାନଙ୍କ ଠାରୁ ୪ଟି ମୋଟର ସାଇକେଲ ,ହାତ ହାତ ହତ୍ୟାର ମଧ୍ୟରେ ୧୦ଗୋଟି ଦେଶୀ ମାଉଜର,୫୩ ରାଉଣ୍ଡ ଯିବନ୍ତ ଗୁଳି, ଦୁଇ ଗୋଟି ଖଣ୍ଡା, ଦୁଇ ଗୋଟି ଛୁରୀ, ଗୋଟିଏ ପର୍ଶୁରାମ କାତି ମୋଟର ସାଇକେଲ କ୍ରାଙ୍କ ରେ ନିର୍ମିତ ଦୁଇଟି ଲୁହା ହତ୍ୟାର ୧୨ଗୋଟି ଜୀବନ୍ତ ବୋମା ,୧୨ଟି ବ୍ଲାକ ମାସ୍କ ,୩ଟି କେଣ୍ଡାଲ, ଦୁଇଟି ଟର୍ଚ୍ଚ ଲାଇଟ, ୮ଟି ମୋବାଇଲ ଫୋନ ତଥା ମରିଚ ଗୁଣ୍ଡ, ଡିଆସିଲି, ମଦ ବୋତଲ ପ୍ଲାଷ୍ଟିକ ଗ୍ଲାସ ,ସିଗାରେଟ ଆଦି ଚଢ଼ାଉ ବେଳେ ଅପରାଧୀ ମାନଙ୍କ ଠାରୁ ଜବତ ହୋଇଛି ।ଏହା ଏକ ବୃହତ ଧରଣ ଚଢ଼ାଉ ବୋଲି ସୂଚନା ମିଳିଛି ।ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସୂଚନା ପ୍ରକାରେ କେସ ନଂ ୬୩୪/୨୦ ପ୍ରକାରେ ୩୯୯/୪୦୨ ଆଇପିସି/୪ ଓ ୫ ଆରମର୍ସ ଆକ୍ଟ ଏବଂ ୨୫(1-B){a} ସଶସ୍ତ୍ର ଆଇନ ପ୍ରକାରେ ଦଫା ଲଗାଇବା ସହ ମକଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.