ଆସିକା ପୁଲିସ କବ୍ଜାରେ ମାଉଜର ବ୍ଯବସାୟୀ; ଗାଡି ସମେତ ଦୁଇଟି ମାଉଜର ଓ ୧୦ଟି ଗୁଳି ଜବତ।

0 1,378

ଆସିକା,୦୧/୦୪(ପିପିଟି); ଆସିକା ପୁଲିସ କବ୍ଜାରେ ମାଉଜର ବ୍ଯବସାୟୀ । ଘଟଣା ସଂପର୍କରେ ଜଣାପଡିଛି ଯେ ମାଉଜର ବ୍ଯବସାୟୀ ଅମୀର କୁମାର ଭୂୟାଁ(୪୦), ପିତା- ଚନ୍ଦ୍ରମଣି ଭୂୟାଁ, ଗ୍ରାମ- ଖଇରଫୁଟି,ଥାନା- ଗାଙ୍ଗପୁର, ଭୋର ୩ଟା ସମୟରେ ଗାଙ୍ଗପୁର ଠାରୁ ଆସିକା ଅଭିମୁଖେ ଆସୁଥିବାର ଖବର ପୁଲିସ ପାଇ ଆସିକା ପାକାଲା ପଲ୍ଲୀ ଗେଟ୍ ନିକଟରେ ଫୋର୍ଡ ଏଣ୍ଡୋଭର ଏସୟୁଭି ଗାଡିକୁ ଅଟକାଇ ତଲାସ କରାଯାଇଥିଲା। ମାଉଜର ବ୍ଯବସାୟୀ ଅମୀର କୁମାର ଭୂୟାଁଙ୍କ ନିକଟରୁ ଗୁଳି ଭର୍ତ୍ତି ମାଉଜର, ଅନ୍ଯଟି ଗୁଳିଭର୍ତ୍ତି ମାଉଜର ଗାଡି ଡିକିରୁ ଜବତ ହୋଇଥିଲା। ଆଜି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର,ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହି ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଦୀର୍ଘ ଦିନ ଧରି ମାଉଜର ବ୍ଯବସାୟୀରେ ଲିପ୍ତ ଥିଲା ଅମୀର। ୬ ମାସଧରି ପୁଲିସ ନଜରରେ ଥିଲା । ଆସିକା ପୁଲିସକୁ ସଠିକ୍ ସୂଚନା ମିଳିଥିଲା। ଯଦ୍ବାରା ମାଉଜର ବ୍ଯବସାୟୀକୁ ଧରିବାରେ ସଫଳ ହୋଇଛି। ଆସିକା ଥାନା କେଶ ନମ୍ବର 200,Dtd 01/04/2021,U/S 25(1)(a)/25(1)(A-B)Arms Act. ମାମଲା ରୁଜୁ ହୋଇଥିବା ବେଳେ ଏସୟୁଭି ଗାଡି ନମ୍ବର OR 02 AF 0999, ଦୁଇଟି ମାଉଜର ଓ ୧୦ ଟି ଜୀବନ୍ତ ଗୁଳି ଜବତ ହୋଇଛି।

Leave A Reply

Your email address will not be published.