ଆସିକା ଥାନାରେ ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କଲେ ଆଇପିଏସ ନଚିକେତା ଶେଲକେ ।

0 593

ବ୍ରହ୍ମପୁର,୦୪/୦୪(ପିପିଟି): ଆଦର୍ଶ ଥାନା ଆସିକାରେ ସୋମବାର ଦିନ ଆରକ୍ଷୀ ନିରୀକ୍ଷକ ଭାବେ ଯୋଗ ଦେଲେ ପ୍ରୋବେସନାରୀ ଆଇପିଏସ ନଚିକେତା ଶେଲକେ । ଶ୍ରୀ ଶେଲକେ ୦୩ ମାସ ପାଇଁ ଦାଇତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ଦାୟିତ୍ୱ ନିର୍ବାହ ସମୟ ମଧ୍ୟରେ ଉପଯୁକ୍ତ ଆଇନ ଶୃଙ୍ଖଳା କୁ ବଜାୟ ରଖିବା ସହ ଅଞ୍ଚଳରେ ନିଶା ମୁକ୍ତ, ଅପରାଧ,ରାହାଗିରି ତଥା ଆସିକା ଅଞ୍ଚଳକୁ ସମ୍ପୂର୍ଣ୍ଣ ଅପରାଧ ମୁକ୍ତ ପରିଣତ କରିବା ସହ ଯଥା ସମ୍ଭବ ଜନସାଧାରଣଙ୍କ ନିକଟତର ହୋଇ ସମସ୍ତ ସମସ୍ୟାର ତୁରନ୍ତ ପଦକ୍ଷେପ ନେଇ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଦାଇତ୍ୱ ଗ୍ରହଣ ସମୟରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅଞ୍ଚଳବାସୀ ବୁଦ୍ଧିଜୀବୀ, ସ୍ଥାନୀୟ ଆଇନଜୀବୀଙ୍କ ସହ ପରିଚିତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ଶୁଭେଛା ଜଣାଇ ଥିଲେ ।

Leave A Reply

Your email address will not be published.