ଆଶୀ ବର୍ଷରୁ ଉର୍ଦ୍ଧ୍ବ ହେଲାଣି,୭୦୦ ବଦଳରେ ପାଉଛନ୍ତି ୫୦୦ଟଙ୍କା।

0 276

ରାୟଗଡା, ୧୭/୧୧(ପିପିଟି); କରୋନାର କୌଣସି ସହାୟତା ପାଉନାହାଁନ୍ତି ବୋଲି ଅଭିଯୋଗ। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୁଳୁମୁଣ୍ଡା ପଂଚାୟତ ଅଧୀନ ସାନ ଅଚବା ଗ୍ରାମର ଦୁଇଜଣ ବିଧବା ବୃଦ୍ଧା ବୟସ ଅଶୀବର୍ଷ ପାର କରିଲାଣି ମାତ୍ର ମାସିକ ଭତ୍ତା ୭୦୦ଟଙ୍କା ବଦଳରେ ପାଉଛନ୍ତି ୫୦୦ଟଙ୍କା। ତାଙ୍କୁ ସାହାଯ୍ୟ କରିବାକୁ କେହି ନଥିବାରୁ ଏ ପ୍ରକାର ଅସୁବିଧା ଭୋଗ କରୁଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧା ଦୁଇଜଣ ହେଲେ ରଦୀ ବାଉରୀ ଏବଂ ମୁକୁତା ବେହେରା।ଗ୍ରାମବାସୀଙ୍କ ସହାୟତା ରେ ବଂଚୁଛନ୍ତି ଦୁହେଁ, ମାତ୍ର ପ୍ରଶାସନର ନଜର ନ ପଡିବା ପରିତାପର ଵିଷୟ। ଯଦି କେହି ଏହି ଦୁଇଜଣଙ୍କ କାହାଣୀ ଶୁଣିବ ଛାତି କୋହରେ ଫାଟିଯିବ। ଓଡ଼ିଶା ସରକାର ଗରିବଙ୍କୁ ଏବଂ ଅସହାୟଙ୍କୁ କରୋନା ସମୟରେ ବିଭିନ୍ନ ପ୍ରକାର ସହାୟତା, ଯଥା ଚାଉଳ, ବୁଟଡାଲି ଏବଂ ପରିବାର ପିଛା ୧୦୦୦ଟଙ୍କା ମିଳିଥିଲେ ମଧ୍ୟ ଏଠାରେ ତାହାର ବ୍ୟତିକ୍ରମ ଘଟିଛି।ମୁକୁତା ବେହେରାଙ୍କ ସ୍ୱାମୀ ପୂର୍ବରୁ ସୈନ୍ୟବାହିନୀରେ କାମ କରୁଥିଲେ ମଧ୍ୟ ,ସେହି ବିଭାଗ ତରଫରୁ କୌଣସି ଭତ୍ତା ପାଉନାହାନ୍ତି, କେବଳ ୫୦୦ଟଙ୍କା ହିଁ ତାଙ୍କର ସାହାରା। ସେହିପରି ରଦି ବାଉରୀଙ୍କ ପରିବାର ରେ କେହି ନ ଥିବାରୁ ନିଜେ ଏହି ପରିଣତ ବୟଷରେ ସବୁ ଘର କାମ ସହ ମୂଲ ଲାଗି ପେଟ ପୋଷୁଛନ୍ତି। ତାଙ୍କର ନାଁ ରଦି ବାଉରୀ ବେଳେ କାର୍ଡ଼ରେ ରବି ବାଉରୀ ହେତୁ କୌଣସି ସୁବିଧା ମିଳୁନି ଏବଂ ଆଧାରକାର୍ଡରେ ଫିଙ୍ଗର ପ୍ରିଣ୍ଟ ନ ହେବାରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏଣୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ତୁରନ୍ତ ଏହିଭଳି ଅସହାୟ ବିଧବାଙ୍କୁ ସହଯୋଗର ହାତ ବଢ଼ାଇବେ ବୋଲି ଗ୍ରାମବାସୀ ଦେବରାଜ ବାଉରୀ, ଗୋବିନ୍ଦ ସାହୁ, କୃଷ୍ଣ ଗୌଡ଼,କୃଷ୍ଣ ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.