ଆର ଏସ୍ ଏସ୍ ଫାସିବାଦକୁ ଉତଖାତ କରିବା ପାଇଁ ସି.ପି.ଆଇ (ଏମ୍ -ଏଲ୍) ରେଡ ଷ୍ଟାର ୧୨ତମ ମହା ଅଧିବେଶନର ଆହ୍ବାନ ।

0 347

କୋଜିକୋଟ,ତା୦୧/୧୦: ଆରଏସଏସ ଫାସିବାଦକୁ ଉତଖାତ୍ କରିବା ପାଇଁ ସି.ପି.ଆଇ (ଏମ୍-ଏଲ୍) ରେଡଷ୍ଟାର ଆହ୍ବାନ ଦେଇଛି । ସେପ୍ଟେମ୍ବର ୨୪ ରୁ ୨୯ ପର୍ଯ୍ୟନ୍ତ ଶିବରାମ୍-ଶର୍ମିଷ୍ଠା ହଲ୍ (ଏସ୍.କେ ପୋଟେକଡ୍ ହଲ୍) ଠାରେ ଆୟୋଜିତ ଦ୍ୱାଦଶ ମହାଅଧିବେଶନରେ ଆରଏସଏସ ନବ୍ୟଫାସିବାଦ କୁ ପ୍ରତିରୋଧ ଏବଂ ପରାସ୍ତ କରିବାକୁ ଆହ୍ବାନ ଦେଇ ଉଦଯାପିତ ହୋଇଯାଇଛି। ମହାଅଧିବେଶନରେ ୧୬ ଟି ରାଜ୍ୟରୁ ପ୍ରାୟ ୩୦୦ ପ୍ରତିନିଧୀ ଏବଂ ପର୍ଯ୍ୟବେକ୍ଷକ ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ପାର୍ଟି ସମ୍ବିଧାନ, ରାଜନୈତିକ ସାଂଗଠନିକ ରିପୋର୍ଟ ଏବଂ ରାଜନୈତିକ ସଂକଳ୍ପରେ ସଂଶୋଧନ ସହିତ ଅଧୁନାତନ ପାର୍ଟି କାର୍ଯ୍ୟକ୍ରମ ଏବଂ ବିପ୍ଳବର ପଥ ଗ୍ରହଣ କରିଅଛି। ମହା ଅଧିବେଶନ ୩୪ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ କମିଟି ଏବଂ ୩ ଜଣ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ନିୟନ୍ତ୍ରଣ ଆୟୋଗ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହାର ସାଧାରଣ ସମ୍ପାଦକ ଭାବେ କମ୍ରେଡ ପି ଜେ ଜେମ୍ସ ଏବଂ ଆଇନଜୀବୀ ସାବି ଜୋସେଫ କେନ୍ଦ୍ରୀୟ ନିୟନ୍ତ୍ରଣ ଆୟୋଗର ଆବାହକ ଭାବେ ନିର୍ବାଚିତ ହୋଇଛନ୍ତି। ଫାସିଷ୍ଟ ସଂଗଠନ ଆରଏସଏସର ନବ୍ୟ ଫାସିବାଦ ବିରୁଦ୍ଧରେ ବ୍ୟାପକ ଫାସିଷ୍ଟ ବିରୋଧୀ ଏକତା ସାମ୍ମୁଖ୍ୟ ଗଠନ କରିବାର ଜରୁରୀ କାର୍ଯ୍ୟ ଗ୍ରହଣ କରିବାକୁ ପାର୍ଟି ର ମହା ଅଧିବେଶନ ନିଷ୍ପତ୍ତି ନେଇଛି। ସମସ୍ତ ଫାସିଷ୍ଟ ବିରୋଧୀ ଶକ୍ତିଙ୍କ ସହ ଏକତା ସ୍ଥାପନ କରିବା ସମୟରେ ଯେପରି ଶ୍ରମିକ ଶ୍ରେଣୀର ଆଦର୍ଶଗତ ସ୍ବାଧୀନତା ରକ୍ଷା କରିବା ପାଇଁ କମ୍ୟୁନିଷ୍ଟଙ୍କ ପ୍ରାଥମିକ କର୍ତ୍ତବ୍ୟ ପାଳନ କରିବାକୁ ମହା ଅଧିବେଶନ ନିଷ୍ପତ୍ତି ନେଇଅଛି। ମନୁସ୍ମୃତି ଉପରେ ଆଧାରିତ ଅମାନୁଷିକ ଜାତି ପ୍ରଣାଳୀ ଆରଏସଏସ ଫାସିବାଦର ଆଦର୍ଶଗତ ଆଧାର ହୋଇଥିବାରୁ କେନ୍ଦ୍ରୀୟ କମିଟିର ସଦସ୍ୟମାନେ ସମସ୍ତ ଜାତିର ଉପନାମ ଛାଡିବା ପାଇଁ ମହା ଅଧିବେଶନ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ, ସମସ୍ତ ପ୍ରକାର ଲିଙ୍ଗଗତ ଭେଦଭାବ ଏବଂ ଲିଙ୍ଗଗତ ସମାନତା ଦିଗରେ ଅଗ୍ରସର ହେବା ଦିଗରେ ଆପୋଷ ବୁଝାମଣା କରିବାକୁ କହିଛି।

ଧାର୍ମିକ-ସାମ୍ପ୍ରଦାୟିକ ସଂଗଠନଗୁଡ଼ିକ ଉପରେ ସିପିଆଇ (ଏମ୍ଏଲ୍) ରେଡ୍ ଷ୍ଟାରର ଆଭିମୁଖ୍ୟ ସ୍ପଷ୍ଟ ହୋଇଥିବାରୁ ମୁସଲିମ ଓ ସଂଖ୍ୟାଲଘୁ ସଂଗଠନଗୁଡ଼ିକ ଉପରେ ମୋଦି ଶାସନର ନୀତିଗତ ଟାର୍ଗେଟ ଏବଂ ନିଷେଧ କରିବା ପଦକ୍ଷେପକୁ ମହା ଅଧିବେଶନ ଦୃଢ଼ ନିନ୍ଦା କରିଛି। ଆରଏସଏସର ଚରିତ୍ର ହେଉଛି ମୁସଲମାନମାନଙ୍କୁ ଆମ ରାଷ୍ଟ୍ରୀୟ ଏକ ନମ୍ବର ଶତ୍ରୁ ଭାବେ ଚିହ୍ନଟ କରି ଆକ୍ରମଣ କରି ଆସୁଅଛି । କର୍ପୋରେଟ କମ୍ପାନୀ ସ୍ବାର୍ଥରେ ପ୍ରକୃତି ଜଳ, ଜଙ୍ଗଲ, ଜମି, ଖଣି, ଖାଦାନ ଟେକି ଦେଉଥିବାରୁ ପରିବେଶ ବିପର୍ଯ୍ୟୟର ମୂଖ୍ୟ କାରଣ ହୋଇ ସମଗ୍ର ଜୀବ ଜଗତର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି ହୋଇଛି ।

ପାର୍ଟିକୁ ମଜବୁତ କରିବା ସହ ଦେଶରେ କମ୍ୟୁନିଷ୍ଟ ବିପ୍ଳବୀ ସଂଗଠନମାନଙ୍କ ମଧ୍ୟରେ ଏକତା ସ୍ଥାପନ ପାଇଁ ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଛି। ICOR ର ଏକ ଅଂଶ ହୋଇ ପାର୍ଟି ସାମ୍ରାଜ୍ୟବାଦ ଏବଂ ନବ୍ୟ ଉଦାରବାଦ ବିରୁଦ୍ଧରେ ଆନ୍ତର୍ଜାତୀୟ ସ୍ତରରେ ଏକ ଆଣ୍ଟି-ସାମ୍ରାଜ୍ୟବାଦୀ, ଆଣ୍ଟି-ଫାସିଷ୍ଟ ୟୁନାଇଟେଡ୍ ଫ୍ରଣ୍ଟ ଗଠନ ପାଇଁ ICOR ର (ବିପ୍ଳବୀ ପାର୍ଟି ଏବଂ ସଂଗଠନର ଆନ୍ତର୍ଜାତୀୟ ସମନ୍ୱୟ) ପ୍ରତିଷ୍ଠା ପାଇଁ ଗଠନ କରିବାରେ ଅଗ୍ରଣୀ ଭୂମିକା ନେଇଛି |ସାମ୍ପ୍ରଦାୟିକ ଫାସିବାଦୀ ଶାସକର ନବ୍ୟ ଉଦାରବାଦ ନୀତିକୁ ପ୍ରତିରୋଧ ତଥା ପରାସ୍ତ କରିବାର ତୁରନ୍ତ କାର୍ଯ୍ୟ ସହିତ ଲୋକଙ୍କ ଗଣତନ୍ତ୍ର ତଥା ସମାଜବାଦ ଆଡକୁ ଅଗ୍ରସର ହେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମହା ଅଧିବେଶନ ସଂକଳ୍ପ ନେଇଛି।
ନବ୍ୟ ଉଦାରବାଦ ନୀତି ଯୋଗୁଁ ଧନୀ ଓ ଗରୀବି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ସୃଷ୍ଟି ହୋଇ ଚାଲିଛି। ଗୋଟିଏ ପଟେ ବଡ କର୍ପୋରେଟ୍ ଆଦାନୀ-ଅମ୍ବାନୀଙ୍କ କ୍ଷୁଦ୍ର ଗୋଷ୍ଠୀ ଭାରତକୁ “ସଂପୂର୍ଣ୍ଣ” ବା “ଚରମ” ଦାରିଦ୍ର୍ୟ ଭିତରକୁ ଠେଲି ଦେଇ ଅଦୃଶ୍ୟ ବେକାରି ସହ ଆକାଶଛୁଆଁ ଦରବୃଦ୍ଧିର ଶିକାର ହେଉଛନ୍ତି। ଦେଶରେ ବେରୋଜଗାରୀ ହୁ ହୁ ହୋଇ ବଢ଼ି ଚାଲିଛି । ଏଭଳି ଘଡ଼ି ସନ୍ଧି ମୂହୁର୍ତ୍ତ ରେ ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ର ୧୨ ତମ ମହା ଅଧିବେଶନ କୁ ସଫଳ କରିବାରେ ଆନ୍ତରିକ ସମର୍ଥନ ପ୍ରଦାନ କରିଥିବା ସମସ୍ତ ଶୋଷିତ, ନିଷ୍ପେସିତ ଶ୍ରମଜୀବୀ ଜନଗଣ ଏବଂ ପ୍ରଗତିଶୀଳ ଗଣତାନ୍ତ୍ରିକ ଶକ୍ତିଙ୍କୁ ସହୃଦୟତାର ସହ କ୍ରାନ୍ତିକାରୀ ଅଭିଭାଦନ ଜ୍ଞାପନ କରିଥିଲେ।

Leave A Reply

Your email address will not be published.