ଆରଏମସି ରୁ ୧୧ଫୁଟିଆ ବୋଡା ସାପ ଉଦ୍ଧାର ।

0 484

ଭଞ୍ଜନଗର,୨୮/୧୦(ପିପିଟି): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ନିକଟରେ ଥିବା ବାସଭବନରୁ ଏକ ବିରାଟ ବୋଡା ସାପ ଉଦ୍ଧାର ହୋଇଛି।ଗୁରୁବାର ସକାଳେ ଉକ୍ତ ବାସଭବନର ଚତୁଃପାର୍ଶ୍ଵ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ହାଠାତ୍ ସାପଟି ଗୁଡ଼େଇ ହୋଇ ଶୋଇଥିବା ଦେଖି କାର୍ଯ୍ୟରତ ଏନ୍ଏସି କର୍ମଚାରୀ ମାନେ ଭୟଭୀତ ହୋଇ ଯାଇଥିଲେ। ଏସମ୍ପର୍କରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସଞ୍ଜୟ କୁମାର ସ୍ଵାଇଁଙ୍କୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ଶ୍ରୀ ସ୍ଵାଇଁ ଆସି ସାପଟିକୁ ଉଦ୍ଧାର କରି ଭେରେଡା ନିକଟ କେଳା ପଦା ଜଙ୍ଗଲରେ ଛାଡିଥିଲେ।ଉକ୍ତ ସାପଟିର ଲମ୍ବ ପ୍ରାୟ ୧୧ଫୁଟ ଏବଂ ଓଜନ ପାଖାପାଖି ୮କିଲୋ ହେବ ବୋଲି ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.