ଆମ ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର;ଜନ୍ମଦିନରେ ଥାନା ଅଧିକାରୀ ଓ ପତ୍ନୀଙ୍କ ରକ୍ତ ଦାନ ।

0 515

ଭଞ୍ଜନଗର,୨୫/୦୭(ପିପିଟି); ଭଞ୍ଜନଗର ଓଡିଶା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣ ସକାଶେ ଆମ ପୋଲିସ ସମିତି ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ମୋଟ ୧୫୫ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରବିବାର ଥାନା ଅଧିକାରୀଙ୍କର ଜନ୍ମ ଦିବସ ଥିବାରୁ ତାହାକୁ ସ୍ମରଣୀୟ କରିବା ପାଇଁ ଉଭୟ ପତିପତ୍ନୀ ସୁଦୀପ୍ତ କୁମାର ସାହୁ ଓ ଜ୍ୟୋସ୍ନା ମହାନ୍ତି ରକ୍ତଦାନ କରିଥିଲେ।ଏଥିସହ ଏହି ଶିବିରରେ ଆଇଆରବିଏନ, ବସ ମାଲିକ ସଂଘ, ଅଟୋ ଚାଳକ ସଂଘ, ପୋଲିସ କର୍ମଚାରୀ,ବିପଦର ବନ୍ଧୁ, ଜନ ପ୍ରତିନିଧି ଓ ସ୍ଥାନୀୟ ଯୁବକ ମାନେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଏଥିରେ ଆମ ପୋଲିସ ସମିତିର ସଦସ୍ୟ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଅନୁପମ ବାନାର୍ଜୀ, ଜଗଦୀଶ ପାଣିଗ୍ରାହୀ,ଜଗବନ୍ଧୁ ଜେନା, ସୁଶାନ୍ତ ମହାପାତ୍ର, ସାମ୍ବାଦିକ ବିଶ୍ବମ୍ବର ଜେନା ଓ ରକ୍ତଭଣ୍ଡାରର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.