ବୋଲଗଡ଼,୨୦/୦୭(ପିପିଟି):ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପିଚୁକୁଳୀ ପଞ୍ଚାୟତ ଆଦର୍ଶ କୋଚିଂ ସେଣ୍ଟର୍ ପରିସରରେ ଆଜି ଆମ ଆଦମୀ ପାର୍ଟୀ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆପ୍ କର୍ମୀ ଭକ୍ତବନ୍ଧୁ ପଟ୍ଟନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଶିବିରରେ କଟକ ଅର୍ବାନ୍ ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ସତ୍ୟ ପ୍ରକାଶ ସାହୁ ଓ ବର୍ଷା ରାଣୀ ସେଠୀ ଯୋଗ ଦେଈ ୨୨ଜଣ ବ୍ୟକ୍ତିଙ୍କୁ ଚିକିତ୍ସା କରି ଥିଲେ ଓ ସାତ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ କଟକ ଅର୍ବାନ୍ ହସ୍ପିଟାଲ କୁ ପଠାଇ ଥିଲେ ଆଜିର ଶିବିର କୁ ବୋଲଗଡ଼ ଆପ୍ ସଭାପତି କିଶୋର ଚନ୍ଦ୍ର ସାହୁ ଉଦଘାଟନ କରିଥିବା ବେଳେ ଦୁଷ୍ମନ୍ତ ନାୟକ,ଭାଗବତ ବେହେରା ପ୍ରମୁଖ ଶିବିର ପରିଚାଳନା କରି ଥିଲେ। ମାଣିବନ୍ଧ,ସାନପଦର ଓ ପିଚୁକୁଳୀ ପଞ୍ଚାୟତ ର ବାସିନ୍ଦା ମାନେ ଆମ ଆଦମୀ ପାର୍ଟୀ ଦ୍ବାରା ଆୟୋଜିତ ଏହି ଶିବିରରେ ଉପକୃତ ହୋଇ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)