ମାଲକାନଗିରି,୧୨/୦୮(ପିପିଟି): ଆମ୍ ଆଦମୀ ପାର୍ଟି ମାଲକାନଗିରି ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପାର୍ଟିର ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ,ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତି ପାଇଁ ଠୋସ ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସଂଗଠନକୁ ସୁଦୃଢ କରିବା ପାଇଁ ଏବଂ ଓଡ଼ିଶାର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ । ଓଡ଼ିଶାରେ ବିଗତ ୨୩ ବର୍ଷଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବିରୁଦ୍ଧରେ ଆମ ଆଦମୀ ପାର୍ଟି ରାଜ୍ୟବାସୀଙ୍କର ଏକମାତ୍ର ଆଶା ଓ ଭରସା ଅଟେ । ସମସ୍ତେ ଜାଣିଛନ୍ତି ଯେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ ଆଦମୀ ପାର୍ଟିର ସ୍ୱତନ୍ତ୍ରତା ଅଟେ । ତେଣୁ ଏହି ସମ୍ମିଳନୀରେ ପାର୍ଟି ଓଡିଶା ପାଇଁ ତାର ରଣନୀତି ପ୍ରସ୍ତୁତ କରିବ । ରାଜ୍ୟ କର୍ମୀ ସମ୍ମିଳନୀରେ ସମସ୍ତ ପଦାଧିକାରୀ ଏବଂ ରାଜ୍ୟର ସକ୍ରିୟ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମାଲକାନଗିରି ଜିଲ୍ଲାରୁ ପ୍ରାୟ ୩୦ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ସମ୍ମିଳନୀକୁ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ପ୍ରଭାରୀ ତଥା ବିଧାୟକ ବିରେନ୍ଦର ସିଂହ କାଦିଆନ ସମ୍ବୋଧିତ କରିବେ ବୋଲି ମାଲକାନଗିରି ଜିଲ୍ଲା ସଭାପତି କେ ଦେଶୀରାଜୁ ଆଚାରୀ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post