ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ।

0 241

ମାଲକାନଗିରି,୨୩/୦୯(ପିପିଟି): ଆଜି ମାଲକାନଗିରି ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ମାଥିଲି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡଙ୍କୁ ହଳଦୀକୁଣ୍ଡ ଗ୍ରାମର ବିଭିନ୍ନ ସମସ୍ଯା ସଂପର୍କରେ ଦାବି ପତ୍ର ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ ସାଲିମ ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ବର୍ତ୍ତମାନ ସୁଦ୍ଧା ୧୩ ଲୋକଙ୍କ ମୃତ୍ୟୁ କରିଥିବା ବେଳେ ଉତ୍ତମ ଚିକିତ୍ସା ଅଭାବରେ ଦୈନନ୍ଦିନ ଲୋକଙ୍କର ମୃତ୍ୟୁ ଘଟୁଛି ଆଜି ପର୍ଯ୍ଯନ୍ତ ବହୁ ଲୋକ ଅଜଣା ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ମାଲକାନଗିରି ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ ଦେଶୀ ରାଜୁ ଆଚାରୀଙ୍କ ନେତତ୍ବରେ ଏକ ଦାବି ପତ୍ର ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ଯମରେ ମୁଖ୍ଯ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଛି । ଦାବିଗୁଡିକ ହେଲା ହଳଦୀକୁଣ୍ଡ ରୋଗୀଙ୍କୁ ଉତ୍ତମ ଚିକିତ୍ସ ପ୍ରଦାନ କରାଯାଉ, ପ୍ରତ୍ଯେକ ମୃତ ପରିବାରଙ୍କୁ କ୍ଷତି ପୂରଣ ବାବଦରେ ୮ ଲକ୍ଷ ଟଙ୍କା ପ୍ରଦାନ କରାଯାଉ,ପ୍ରତ୍ଯେକ ମୃତକ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ /ବିଜୁ ପକ୍କା ଘର ପ୍ରଦାନ କରାଯାଉ, ସାଲିମ ପଞ୍ଚାୟତରେ ଏକ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସ୍ଥାପନ କରାଯାଉ, ଅଜଣା ରୋଗକୁ ତୁରନ୍ତ ଚିହ୍ନଟ କରାଯାଉ,ହଳଦୀକୁଣ୍ଡ ଗ୍ରାମରେ ପରିମଳ ବ୍ଯବସ୍ଥା ଓ ପ୍ରତ୍ଯେକ ସାହିରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉ । ଆଜିର ଏହି ଦାବି ପତ୍ର ପ୍ରଦାନରେ ଆମ୍ ଆଦମୀ ପାର୍ଟିର ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ବାସ, ରବିନ୍ଦ୍ର ମାଢି, ଉତ୍ସବାନନ୍ଦ ଚୌଧୁରୀ, ପ୍ରସଂଜିତ ବିଶ୍ବାସ, ଅମ୍ରିତ,ବିକ୍ରମ ପଟ୍ଟନାୟକ, ଅଜିତ ସଗରିଆ,ରାଜେନ୍ଦ୍ର ମାଡକାମୀ, ପ୍ରଶାନ୍ତ ମାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.