ଆମ୍ବ ତୋଳାକୁ କେନ୍ଦ୍ରକରି ମାରପିଟ, ଜଣେ ଗୁରୁତର ।

0 145

ଜଗତସିଂହପୁର,୦୨/୦୫(ପିପିଟି); ଜଗତସିଂହପୁର ଥାନା ଅନ୍ତର୍ଗତ ସମଙ୍ଗ ଗ୍ରାମରେ ଆମ୍ବତୋଳାକୁ କେନ୍ଦ୍ରକରି ଦୁଇଭାଇଙ୍କ ମଧ୍ୟରେ ମାରପିଟ ହୋଇଥିବା ଜଣାପଡିଛି । ବଡଭାଇ ମାଡରେ ସାନଭାଇ ଗୁରୁତର ହୋଇ ଜଗତସିଂହପୁର ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିଶ୍ଚିତ ହେଉଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଦୁଇଭାଇ ପୃଥକ ପୃଥକ ଭାବରେ ଦୁଇଟି ଅଭିଯୋଗ ସଦର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ଖବର ମୁତାବକ ଆଜି ସକାଳ ୯ ଟା ସମୟରେ ସାନଭାଇ ଦିବାକର ବେହେରା ଆମ୍ବ ଗଛରୁ ଆମ୍ବ ତୋଳୁଥିବା ସମୟରେ ବଡଭାଇ ପ୍ରଭାକର ବେହେରାର ସ୍ତ୍ରୀ ଓ ପୁଅ ବାରଣ କରିବାରୁ ସାନଭାଇ ଦିବାକର ଉତ୍ୟକ୍ତ ହୋଇ ସେମାନ ସହ ପାଟିତୁଣ୍ଡ କରିଥିଲା । ପରେ ବଡଭାଇ ପ୍ରଭାକର ସେଠାରେ ପହଞ୍ଚି ଆମ୍ବ ତୋଳିବାକୁ ବାରଣ କରିଥିଲେ ମଧ୍ୟ ତାଙ୍କ କଥାକୁ ସେ ମାନି ନ ଥିଲା । ପରେ ଉଭୟ ଦୁଇ ଭାଇଙ୍କ ମଧ୍ୟରେ ମାରପିଟ ହୋଇଥିଲା । ବଡଭାଇ ପ୍ରଭାକରର ଆକ୍ରମଣରେ ସାନଭାଇ ଦିବାକରର ମୁଣ୍ଡ ଫାଟି ଯାଇଥିଲା ଯାଇଥିବା ବେଳେ ସାନଭାଇର ଆକ୍ରମଣରେ ବଡଭାଇ ମଧ୍ୟ ଆହତ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଡଭାଇ ପ୍ରଭାକରକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.