କଳାହାଣ୍ଡି,୧୧/୦୩(ପିପିଟି); ସରକାର ଖଟିଖିଆ ଓ ଦିନ ମଜୁରିଆ ଗରିବ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ଯ ସରକାରୀ ବାବୁଙ୍କ ମନମୁଖୀ ଖାମଖିଆଲି ହେତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚି ବାରେ ବିଫଳ, ଏ ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ସ୍ଥିତ ଗୁଛାପଡା ଗାଁରେ ଦୀର୍ଘ ଦୁଇ ବର୍ଷ ହେଲା ପ୍ରବଳ ବର୍ଷା ଯୋଗୁଁ ଧନୁର୍ଯ୍ୟ ସାହୁଙ୍କ ଘର ଭାଙ୍ଗି ଯାଇ ଥିବାରୁ ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ କିମ୍ବା ବିଜୁ ପକ୍କା ଘର ଗୋଟିଏ ପାଇବା ପାଇଁ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଧନୁର୍ଯ୍ୟ ସାହୁଙ୍କ ଘରକୁ ଯୋରାଡବ୍ରା ଆର.ଆଇ ଆସି ସରକାର ଦେଉଥିବା ଗୋଟିଏ କଳା ଜରି ଦେଇ ଥିଲେ । ଜରି ପାଇବାର କିଛି ଦିନ ପରେ କର୍ଲାମୁଣ୍ଡା ବ୍ଲକର ବିଡିଓ,ତହସିଳଦାର, ଏବଂ ଗାଆଁର ଓ୍ବାର୍ଡ ମେମ୍ବର ଠାରୁ ସରପଞ୍ଚ ସମସ୍ତେ ଦେଖିବାକୁ ଆସିଥିଲେ । ଦେଖିଆସିବା ପରେ ଝଡ ବର୍ଷାରେ ଭାଙ୍ଗି ଯାଇ ଥିବା ଧନୁର୍ଯ୍ୟ ସାହୁକୁ ସରକାର ଦେଉଥିବା ଗୋଟିଏ ଘର ଦେବା ପାଇଁ ଚୟନ କରିଥିଲେ ଏବଂ ଏସିସି ଲିଷ୍ଟିରେ ମଧ୍ଯ ଧନୁର୍ଯ୍ୟ ନାମ ଥିଲା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ଜଣେ ହିତାଧିକାରୀ ଯୋଗ୍ୟ ବିବେଚିତ ଥିଲେ ମଧ୍ଯ କେଉଁ କାରଣରୁ ଆଜି ପର୍ଯ୍ୟନ୍ତ ସରକାର ଦେଉଥିବା ବିଜୁ ପକ୍କା ଆବସ ଗୃହ ମିଳି ପାରୁ ନାହିଁ ! ଏହି ବିଷୟରେ ଜାଣିବା ପାଇଁ ସାମ୍ବାଦିକ ସାପଲହରା ପଞ୍ଚାୟତ ପିଇଓ କୁ ପଚାରିବା ପାଇଁ ଫୋନ୍ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ହୋଇନଥିଲା । ମୋ ସରକାର କେବେ ଧନୁର୍ଯ୍ଯର ସମସ୍ୟା ବୁଝିବେ ଦେଖିବାକୁ ରହିଲା।
(ରିପୋର୍ଟ- ଭିଷ୍ମ ସାହୁ ।)