ବେଲଗୁଣ୍ଠା,୨୪/୦୮(ପିପିଟି); ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ପଞ୍ଚାୟତ ବୋରି ଗ୍ରାମର କୋଡିଏ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆସି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନ ହୁଏ ତାହେଲେ ଅଫିସ ଆଗରେ ଧାରଣା ଦେବୁବୋଲି ଚେତାବନୀ ଦେଇଛନ୍ତି ହିତାଧିକାରୀ । ଗତ ତିତିଲି ମହାବାତ୍ୟାରେ ଗାଙ୍ଗପୁର ପଞ୍ଚାୟତ ବହୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ କିନ୍ତୁ ଆଜିପର୍ଯ୍ୟନ୍ତ ବହୁ ଲୋକ ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଥିବାଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ନଥିବା ଲୋକଙ୍କୁ ମିଳିବ ମିଳିବ କହି ଭଣ୍ଡାଇ ଚାଲିଛନ୍ତି । ଲୋକମାନେ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ ପାଖରେ ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଆସୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନାହିଁ । ଅନ୍ୟପଟେ ଆବାସ ଯୋଜନାରେ ପାତର ଅନ୍ତର କରି ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି ଗାଙ୍ଗପୁର ପଞ୍ଚାୟତ ସମିତି ସଭ୍ୟ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )