ଆବସ ଯୋଜନାରୁ ବଞ୍ଚିତ କୁନ୍ତୀ ।

0 315

ପଦ୍ମପୁର,୦୧/୧୦(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା ପଂଚାୟତର ସାପଲହର ଗ୍ରାମରେ ବସବାସ କରନ୍ତି କୁନ୍ତୀ ସାହୁ । ବୟସ ମାତ୍ର ୩୮ ବର୍ଷ । ହେଲେ ଦଇବ ସହିପାରିଲାନାହିଁ । ପ୍ରାୟ ଏକବର୍ଷ ପୂର୍ବେ ସ୍ୱାମୀ ଘନଶ୍ୟାମଙ୍କ ଅକାଳ ମୃତ୍ୟୁ ପରେ କୁନ୍ତୀର ସ୍ୱପ୍ନର ତାଜମହଲ ନିମିଷକେ ଚୁରମାର ହୋଇ ଧୂଲିସାତ ହୋଇଗଲା । ତାର ଦୁଇ ନାବାଳକ ଦୁଇ ପିଲାଙ୍କ ସହ ଏକ ଦଦରା ମାଟିଘରେ ବିତୁଛି ତିନି ପ୍ରାଣୀ କୁଟୁମ୍ବ ଙ୍କ ଜୀବନ । ସରକାରୀ ସ୍ତର ରେ ମିଳୁଛି ମାତ୍ର ୧୫ କିଲୋ ଚାଉଳ,ଏତିକି ହିଁ ତାର ଭରସା । ସ୍ୱାମୀ ଙ୍କ ମୃତ୍ୟୁପରେ ସରକାରୀ ସ୍ତର ରେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ମିଳୁଥିବା ୨୦ ହଜାର ଟଙ୍କା ଅନକମ୍ପା ରାଶି ଓ ବିଧବା ଭତ୍ତା ପାଇଁ ପାଇକମାଲକୁ ଦୌଡି ଦୌଡି ଏକାବେଳକେ ନୟାନ୍ତ ହୋଇଲେଣି । ଏଭଳି ସଂଗୀନ ଅଭିଯୋଗର ଫର୍ଦ ସମାଜ ମଙ୍ଗଳ ବିଭାଗ ନାଁ ରେ ଅନେକ ଅଛି ତାହା ତଦନ୍ତ ହେଲେ ଜଣାପଡିବ । କାରଣ ମୃତ୍ୟୁ ପରେ ମୃତାହତ ବ୍ୟକ୍ତି ବିଶେଷ ଙ୍କ ପରିବାର ବର୍ଗଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ରେ ବହୁ ବ୍ୟତିକ୍ରମର ଝଲକ ବିଭିନ୍ନ ପତ୍ର ପତ୍ରିକା ରେ ଆଗରୁ ଅନେକ ଥର ପ୍ରକାଶିତ ହୋଇଥିଲେ ସୁଦ୍ଧା କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ନିଃସହାୟ ମହିଳା ପାଇକମାଲ ବ୍ଲକର ଏ ଯୋଜନାରୁ ବଂଚିତ ହୋଇଛନ୍ତି । ଭତ୍ତା କଥାକୁ ପଚାରେ କିଏ ? ବାରମ୍ବାର ଗୁହାରୀ କରିବାକୁ କୁନ୍ତି ଅନେକ ଥର ଭତ୍ତା ଓ ୨୦ ହଜାର ଟଙ୍କା ପାଇବା ଆଶାରେ ଦୌଡିଦୌଡି ତା’ ପିନ୍ଧିଥିବା ଚପଲ ହଳେ ସରିଗଲାଣି । ବାଦିକଟା ରେ କାର୍ଯ୍ୟରତ ପି.ଇ.ଓ ଏବଂ ବ୍ଲକ ବିଏସଏସଓ ଙ୍କ ନିକଟ ରେ ଗୁହାରୀ କଲେ କଣ ହେବ ଇଚ୍ଛାଶକ୍ତିର ଅଭାବ ରେ କୁନ୍ତୀ ଆଜି ହାର ମାନି ବାପ ଛେଉଣ୍ଡ ପିଲା ଦୁହିଁଙ୍କୁ ଧରି ବିପଦ ସଙ୍କୁଳ ଅବସ୍ଥା ରେ ଏକ ଦଦରା ପୁରୁଣା ମାଟି ଘରେ କାଟୁଛି ଜୀବନ । ଏ ଭଳି ଦୁଃଖ ରେ ଚଳୁଥିବା କୁନ୍ତୀକୁ ସରକାରୀ ସାହାର୍ଯ୍ୟ ମୁତାବକ ବିଧବା ଭତ୍ତା ପ୍ରଦାନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ତା’ ମୁହଁ ରେ ଚେନାଏ ହସ ଫୁଟାଇବାକୁ ପାଇକମାଲ ବି.ଡି.ଓ ଙ୍କୁ ଏଠାକାର ଜନସାଧାରଣ ଦାବୀ କରିଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.