ଆନ୍ଦୋଳନକାରି କୃଷକଙ୍କ ଉପରେ ନୃଶଂସ ଆକ୍ରମଣର ପ୍ରତିବାଦ ।

0 365

ବ୍ରହ୍ମପୁର,୩୧/୦୮(ପିପିଟି); ଆନ୍ଦୋଳନ କାରି କୃଷକ ଉପରେ ହରିୟାନା ବିଜେପି ସରକାର ର ଦମନ ଓ ହତ୍ୟା ବିରୋଧରେ ପ୍ରତିବାଦ କରି ଆଜି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ହରିୟାନା ମୁଖ୍ୟମନ୍ତ୍ରୀଙ୍କୁ ଧିକ୍କାର କରାଯାଇ ଥିଲା । କୃଷକ ସର୍ବନାଶକାରୀ ୩ ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀ ରେ ଦୀର୍ଘ ୯ମାସରୁ ଉର୍ଦ୍ଧ୍ଵ ସମୟ ଧରି ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନରେ ୬୦୦ରୁ ଉର୍ଦ୍ଧ୍ଵ କୃଷକ ସହୀଦ ହୋଇଥିବା ସତ୍ଵେ ମୋଦି ସରକାର କୃଷକ ମାନଙ୍କ ନ୍ୟାର୍ଯ୍ୟ ଦାବିକୁ ପୂରଣ କରିବା ପରିବର୍ତ୍ତେ କୃଷକ ମାନଙ୍କ ଗଣତାନ୍ତ୍ରିକ ଓ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଉପରେ କୁଠାର ଘାତ କରି ଦମନ ଲୀଳା ଓ ହତ୍ୟା କାଣ୍ଡ ଚଳେଇଛନ୍ତି । ଫଳରେ କୃଷକ ନେତା ସୁଶୀଲ କାଜଲ ମୃତ୍ୟୁ ବରଣ କରି ଛନ୍ତି ଏବଂ ଶତାଧିକ କୃଷକ ଉପରେ ହରିୟାନା ସରକାର ମିଥ୍ୟା ମକଦ୍ଦମା ଦାୟର କରିଛନ୍ତି । ଏଣୁ ଏ ପରିସ୍ଥିତିରେ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ସହିତ ଏଥିରେ ସମ୍ପୃକ୍ତ ଅଫିସର ଉପରେ କଠୋର ଦଣ୍ଡ ବିଧାନ କରିବା ସହିତ କୃଷକ ମାନଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିନେବାକୁ AIKSCC ଗଞ୍ଜାମ ଶାଖା ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଆଜିର ଏ ଆନ୍ଦୋଳନ କାର୍ଯ୍ୟକ୍ରମରେ କୃଷକ ନେତା ପି ହରିକୃଷ୍ଣ ରେଡଡି, ବସନ୍ତ ନନ୍ଦ, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରକାଶ ପାତ୍ର, ଗୋପାଳ ପାଣିଗ୍ରାହୀ, ପି ପାର୍ବତୀ, ମହମ୍ମଦ ଉସମାନ, ବାବୁଲା ନାୟକ , କାମଦେବ ନାହାକ, ପ୍ରତାପ ପ୍ରଧାନ, ଲକ୍ଷ୍ମୀ ନୃସିଂହ ରଥ, ରୋହିତ ବିଷୋୟୀ, ଦଣ୍ଡପାଣି ରେଡ୍ଡୀ, ଅଶୋକ ଦାସ, ଲାଛୁ ରେଡ୍ଡୀ, ଶିବରାମ ସାହୁ, ସଚିତା ନନ୍ଦ ନାୟକ, ଅବନୀ ଗୟା, ମନୋଜ ତରାଇ, ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.