ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧ ପାଳିତ।

0 358

ବୋଲଗଡ଼,୦୮/୦୩(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବେଗୁନିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସକାଳେ ବିଭିନ୍ନ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗ୍ରୁପ୍ ର ମହିଳା ମାନେ ବହୁ ସଂଖ୍ଯାରେ ଯୋଗ ଦେଇ ହାତରେ ପ୍ଲାକାର୍ଡ ଧରି ନାରୀ ସଂମ୍ପର୍କିତ ବିଭିନ୍ନ ସ୍ଲୋଗାନର ନାରା ଦେଇ ନିଜ ନିଜ ପଞ୍ଚାୟତରେ ଗ୍ରାମ୍ୟ ପରିକ୍ରମା କରିଥିଲେ। ସେହିପରି ଆଜି ବୋଲଗଡ଼ ବ୍ଲକର ଓଡିଶା ଜୀବିକା ମିଶନ ତରଫରୁ ବଡକୁମ୍ଭାରି ପଂଚାୟତର କଲ୍ୟାଣୀ ମଣ୍ଡପ ଓ ସାଗର ଗୁଆଁ ପଞ୍ଚାୟତ ଅଫିସ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ସମାଜସେବୀ ଶିବ ନାରାୟଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ପ୍ରଫୁଲ ପ୍ରଧାନ, ବିଜୟ ତାରେଣିଆ,ଶୁବାଷ ଚନ୍ଦ୍ର ରାୟଗୁରୁ ପ୍ରମୁଖ ଯୋଗଦେଇଥିଲେ। ଆଜିର ସଭାରେ ଉପସ୍ଥିତ ଅତିଥି ମାନେ ପ୍ରତିକୂଳ ପରିସ୍ଥିତିରେ ମହିଳାଙ୍କ ଭୁମିକା ବିଷୟ ଆଲୋଚନା କରିଥିଲେ। ଏହି ଅବସରରେ ମହିଳାମାନଙ୍କ ମଧ୍ଯ ଝୋଟୀ ଚିତା, ରଂଗ ମୁରୁଜ ପକାଇବା, ସଂଗୀତ ଗାନ ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ପରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।
(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.