ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଏବଂ ଦିବ୍ୟାଙ୍ଗ ଉପକରଣ ବଣ୍ଟନ ।

0 264

ବେଲଗୁଣ୍ଠା,୦୩/୧୨(ପିପିଟି):ଆଜି ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷା ଅଭିଯାନ ଆନୂକୂଲ୍ଯରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବେଲଗୁଣ୍ଠା ସ୍ଥିତ ଘୁମୁସୁର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ବେଲଗୁଣ୍ଠା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ସବିତା କୁମାରୀ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ବିଆରଟି ଚନ୍ଦ୍ରକାନ୍ତି ସୁନ୍ଦରା ଏବଂ ସମ୍ବଳ ଶିକ୍ଷକ ନରେଶ ବ୍ରହ୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ ଏବଂ ସଙ୍ଗୀତ ଚୌକି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ଆଇ.ଭି ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଙ୍ଖନାଦ ସେନାପତି, ସଂଗଠନ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁରେଶ କୁମାର ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଦଶ ଗୋଟି ହ୍ୱିଲ୍ ଚେୟାର୍,ଦୁଇ ଗୋଟି ତିନି ଚକିଆ ସାଇକେଲ୍, ଆଠ ଗୋଟି ସିପି ଚେୟାର୍, ଆଠଟି ଶ୍ରବଣ ଯନ୍ତ୍ର ଏବଂ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କ ପାଇଁ ଗୋଟିଏ ଡିଜି ପ୍ଲେୟାର ପ୍ରଦାନ କରାଯିବା ସହିତ ପ୍ରୟାସ ପତ୍ରିକା ବଣ୍ଟନ କରାଯାଇଥିଲା । ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ବାଳକୃଷ୍ଣ ସାବତ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା।

Leave A Reply

Your email address will not be published.