ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ୧୧ତମ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ତିରୁପତି ଠାରେ ଆୟୋଜିତ ହେବ ।

0 287

ବ୍ରହ୍ମପୁର,୦୧/୦୪(ପିପିଟି):ଓଡ଼ିଶା ଓ ଓଡିଆ ଙ୍କ ସଂସ୍କୃତି, ପର୍ଯ୍ୟଟନ, କୁଟୀର ଶିଳ୍ପ, ବାଣିଜ୍ୟ ର ବିକାଶ ସହ ସାରା ବିଶ୍ବ ରେ ଥିବା ସମଗ୍ର ଓଡ଼ିଆ ଓ ଓଡ଼ିଆ ଅନୁଷ୍ଠାନ ମାନଙ୍କୁ ଏକତ୍ରିତ କରି ଓଡ଼ିଶାର ସ୍ୱାଭିମାନକୁ ବିଶ୍ଵ ଦରବାର ରେ ପ୍ରତିଷ୍ଟିତ କରିବା ଲକ୍ଷ ନେଇ ଦିଲ୍ଲୀ ଠାରେ କାର୍ଯ୍ୟ କରୁଥିବା ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷ ରୁ ଆସନ୍ତା ଜୁନ୍ ଶେଷ ସପ୍ତାହ ରେ ଆନ୍ଧ୍ର ପ୍ରଦେଶ ତିରୁପତି ଠାରେ ଦୁଇ ଦିନିଆ ୧୧ତମ ଜାତୀୟ ଓଡ଼ିଶା ସ୍ୱାଭିମାନ ସମ୍ମିଳନୀ ଅନୁଷ୍ଠିତ ହେବ ଏଥିରେ ସାରା ଦେଶ ଓ ବିଦେଶରୁ ୭୦୦ ପ୍ରତିନିଧି ଯୋଗ ଦେବା ସହ ମାନ୍ୟବର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ୱପତି, ମନ୍ତ୍ରୀ, ସାହିତ୍ୟିକ , ଶିଳ୍ପ ପତି ମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଓଡ଼ିଶା ଓ ଓଡ଼ିଆଙ୍କ ନିମନ୍ତେ ଭଲ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଏକ ସ୍ମରଣିକା ପ୍ରକାଶ କରାଯିବା ନେଇ ଆଜି ପବିତ୍ର ଓଡ଼ିଶା ଦିବସ ପାଳନ ଅବସରରେ ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ତଥା ଅଧ୍ୟକ୍ଷ ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯିବା ସହ ଏଥି ନେଇ ଏକ ପୂର୍ଣ୍ଣାଙ୍ଗ ବୈଠକ ବସି ତାରିଖ ଓ ଅନ୍ୟାନ୍ୟ ନିଷ୍ପତ୍ତି ଚୂଡ଼ାନ୍ତ କରାଯିବ। ଏଥିରେ ହରିପ୍ରସାଦ ମାଳନା, ସିମାଞ୍ଚଲ୍ ପାଣିଗ୍ରାହୀ, ଭିଷ୍ମଚର୍ଯ୍ଯ ଚୌଧୁରୀ, ସୁରେଶ ତ୍ରିପାଠୀ, ସୌମିକ ସାହୁ, ପ୍ରକାଶ ଭାଜନି, ଶ୍ରୀକାନ୍ତ ସାବତଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.