ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ।

0 253

ଭୁବନେଶ୍ବର,୨୮/୦୬(ପିପିଟି): ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ବିଭିନ୍ନ ପ୍ରଚାର, ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହୋଇଯାଇ ଥିଲା । ଇଣ୍ଟର-ସ୍କୁଲ କୁଇଜ଼ , ଚିତ୍ରାଙ୍କନ,ବତ୍କୃତା ଏବଂ ଅନେକ ସଚେତନତା ବଜ୍ରପାତ ସୁରକ୍ଷା ଶୀର୍ଷକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରୂସା ଆଉଟରୀଚ ତରଫରୁ ସଚେତନତା ସଂଗୀତ ଓ ଭିଡ଼ିଓ ମାଧ୍ୟମରେ ସଫଳତାର ସହିତ ଆୟୋଜନ ଓ ପ୍ରସ୍ତୁତ କରାଯାଇଥିଲା ଯାହା ସଚେତନତା ପଦକ୍ଷେପ ଆହୁରି ସ୍ପଷ୍ଟ ଓ ପ୍ରଭାବଶାଳୀ ହୋଇପାରିଥିଲା । ଏହାକୁ ସଂଯୋଜନା ମିସ ଅନନ୍ୟା ପଟ୍ଟନାୟକ ଏବଂ ଅନ୍ୟ କର୍ମକର୍ତା ସବୁ ସହଯୋଗ କରିଥିଲେ । ଡ଼ ଅବିଦ ଅଲି ଖାନ,ନିର୍ଦ୍ଦେଶକ ୟୁ.ସି. ଇ.ଏଚ. ଏହି ପ୍ରୋଗ୍ରାମକୁ ପରିଚାଳନା କରି ପ୍ରଫେସର ସବିତା ଆଚାର୍ଯ୍ୟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ , ଡ଼. ଦୁର୍ଗା ଶଙ୍କର ପଟନାୟକ, ଚେୟାରମ୍ୟାନ , ପି. ଜି. କାଉନସିଲ, ଡ଼ ଅଭୟ କୁମାର ନାୟକ, ଉପ କୁଳପତି, ଗୌତମ ପ୍ରଧାନ,ସି. ଏଫ. ଓ., ପ୍ରଫେସର ପ୍ରବୋଧ କୁମାର ହୋତା ,ବାଣିଜ୍ୟ ବିଭାଗ ମୁଖ୍ୟ ସମସ୍ତଙ୍କୁ ସ୍ୱାଗତ କରି ତାଙ୍କର ବକ୍ତବ୍ୟ ରଖିବାକୁ ଅନୁରୋଧ କରିଥିଲେ ।

ଏହି ମୁହୂର୍ତ୍ତରେ ସମାନନୀୟ କୁଳପତି ପ୍ରଫେସର ଆଚାର୍ଯ୍ୟ ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ବୃନ୍ଦ ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା ସହ ପ୍ରତ୍ୟେକ ବର୍ଷ କିଭଳି ବଜ୍ରପାତ ଯୋଗୁଁ ମୃତ ଖବର ଆସେ ଏବଂ ସଚେତନତା ଅଭାବରୁ, ବିଶେଷକରି ଯେଉଁ ମାନେ ବାହାରେ କାମ ଧାମ କରନ୍ତି, ବିଦ୍ୟାଳୟ ଅପରିସରରେ, ଖେଳ ପଡିଆ, ବିଲ ବାଡ଼ି ଖେତ ସେମାନେ ପ୍ରତିଷେଧ ମୂଳକ ପଦକ୍ଷେପ ନେବା ନିତାନ୍ତ ଜରୁରୀ ବୋଲି କହିଥିଲେ । ପ୍ରାକୃତିକ ବିପର୍ଯୟକୁ ଅଟକାଇବା ମନୁଷ୍ୟ ପାଇଁ ସମ୍ଭବ ନଥିଲେ ମଧ୍ୟ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରି ଏଥିରୁ ନିଶ୍ଚିତ ଭାବେ ରକ୍ଷା ପାଇପାରିବେ ବୋଲି ସେ ମତ ରଖିଥିଲେ । ସେ ଆହୁରି ମଧ୍ୟ ଏଠି ଉପସ୍ଥିତ ଛାତ୍ର ଛାତ୍ରୀ ବୃନ୍ଦ, ଜଣେ ପାଞ୍ଚ ଜଣଙ୍କୁ ଏହି ସଚେତନତା ବିଷୟରେ ଅନ୍ୟମାନଙ୍କୁ ପତ୍ରିକା, ସଂଗୀତ, ମେସେଜ ମାଧ୍ୟମରେ ସମସ୍ତେ ସଚେତନ କରିପାରିବ ବୋଲି ଅନୁରୋଧ କହିଥିଲେ ।

ଗତ ଛଅ ବର୍ଷ ଭିତରେ ଓଡିଶା, ଝାରଖଣ୍ଡ, ୱେଷ୍ଟ ବେଙ୍ଗଲ, ଆସାମ, ନର୍ଥ ଇଷ୍ଟ ଅଧିକ ବଜ୍ରପାତ ଅଂଚଳ ଭାବେ ଘୋଷିତ କରାଯାଇଛି ବୋଲି ଡ଼ ହାବିବୁର ରହମାନ ବିଶ୍ୱାସ, ପାଣିପାଗ ବିଭାଗ ମୁଖ୍ୟ ତାଙ୍କ ବକ୍ତବ୍ୟ ରେ ଜଣାଇଥିଲେ । ବ୍ୟସ୍ତ ବହୁଳ ଶିକ୍ଷାବର୍ଷ କାର୍ଯ୍ୟସୂଚୀ ସତ୍ୱେ ଡ଼ ହାବିବୁର, ପ୍ରଫେସର ଆଚାର୍ଯ୍ୟ, କୁଳପତି ଙ୍କୁ ଏବଂ ରୂସା ଆଉଟରୀଚର ସମସ୍ତ କର୍ମକର୍ତ୍ତା, ଉତ୍କଳ ବିଶ୍ଵବିଦ୍ୟଳୟର ସମସ୍ତ କର୍ମକର୍ତା ମାନକ ପ୍ରୟାସକୁ ଖୁବ ପ୍ରଶଂସା କରି ଧନ୍ୟବାଦ ଦେଇ ଥିଲେ ।

ବଜ୍ରପାତ ପୂର୍ବରୁ ଆଗୁଆ ସୂଚନା ପାଇଁ ସିଙ୍ଗାପୁର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଥିବା ଟେକ୍ନୋଲୋଜି, ତାହା ଅତି ଶୀଘ୍ର ଭାରତ ମଧ୍ୟ ବ୍ୟବହାର କରି ଏହି ବଜ୍ରପାତ ରୁ ରକ୍ଷା ପାଇ ପାରିବେ ବୋଲି ଡ଼ ଆଶୁତୋଷ ରଥ, ବୈଜ୍ଞାନିକ ସି.ଏସ.ଆଇ., ଆର. ଆଇ.ଏମ.ଏମ.ଟି, ଭୁବନେଶ୍ୱର ଜଣାଇ ଥିବା ବେଳେ ଡ଼ ଦୁର୍ଗା ଶଙ୍କର ପଟନାୟକ କହିଥିଲେ ଆମେ ଘରେ କେବଳ ଦୁଇଶହ ଭୋଲ୍ଟ ବ୍ୟବହାର କରୁ କିନ୍ତୁ ବଜ୍ରପାତର ଭୋଲ୍ଟ ତିନି ମିଲ୍ଲିୟନ ଏବଂ ଏହା ଅତି ଦ୍ରୁତଗତି ମାଧ୍ୟମରେ ଧନ ଜୀବନ ନଷ୍ଟ କରିଥାଏ ।

ରୂସା ଆଉଟରୀଚ ଦ୍ୱାରା ଏହିଭଳି ଅନେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଫେସର ପ୍ରବୋଧ କୁମାର ହୋତା କହିଥିବା ବେଳେ ମିସ ଅନନ୍ୟା ଅତିଥି ମାନଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇ ସଭା ଟିକେ ସଫଳ ମଣ୍ଡିତ କରାଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.