ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

0 228

ଭଞ୍ଜନଗର,୦୩/୧୨(ପିପିଟି): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଆଜିଠାରୁ ଠାରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ୫୧ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ଏବଂ କୋରାପୁଟ ସରକାରୀ କଲେଜ ମଧ୍ୟରେ ଥିଲା। କିନ୍ତୁ ବ୍ରହ୍ମପୁର ଟିମ୍ ନ ଆସିବାରୁ କୋରାପୁଟ ବାଇ ପାଇ ପରବର୍ତ୍ତୀ ରାଉଣ୍ଡ ରେ ପ୍ରବେଶ କରିଛି। ଦ୍ଵିତୀୟ ମ୍ୟାଚ ସେମିଳିଗୁଡାକୁ ଲକ୍ଷ୍ମୀପୁର ମଧ୍ୟରେ ହୋଇଥିଲା। ଏଥିରେ ସେମିଳିଗୁଡା ୩-୦ ଗୋଲରେ ବିଜୟୀ ହୋଇଥିଲା। ଦଳପକ୍ଷରୁ ଗୁଡ଼ୁ ଜାନି ୨ ଟି ଗୋଲ ଦେଇଥିଲେ। ଆଜିର ମ୍ୟାଚରେ ପି ରମେଶ ରେଫରୀ ଥିବା ବେଳେ ଗଣେଶ ବାହାଦୁର ଓ ନିଶାକର ସ୍ୱାଇଁ ଲାଇନ୍ସ ମ୍ୟାନ୍ ଥିଲେ। ଚତୁର୍ଥ ରେଫରୀ ବିଚିତ୍ର ଜେନା ଥିଲେ। ମ୍ୟାଚକୁ କଲେଜ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟ କ୍ରୀଡା ସଂସଦ ସହ ସମ୍ପାଦକ ରାଜେଶ ମହାନ୍ତି, ଉପସଭାପତି ଆମସ ପାଟମାଝୀ , ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଅଧ୍ୟାପକ ବୁଦ୍ଧେଶ୍ବର ଗୋପାଳ ଗୋତ୍ର, ଅଧ୍ୟାପିକା ରାଜଶ୍ରୀ ନାୟକ, ମନ୍ଦାକିନୀ ପଣ୍ଡା ପ୍ରତିଯୋଗିତାକୁ ପରିଚାଳନା କରିବାରେ ସହଯୋଗ କରୁଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.