ଆନ୍ତଃରାଷ୍ଟ୍ରୀୟ ମହିଳା ଦିବସରେ ବେଲଗୁଣ୍ଠାର ଛାତ୍ରୀ ପାଇଲେ ମୋ ଗେହ୍ଲାଝିଅ ପୁରସ୍କାର ।

0 972

ବେଲଗୁଣ୍ଠା,୦୮/୦୩(ପିପିଟି); ବେଲଗୁଣ୍ଠାର ଛାତ୍ରୀ ଚିନ୍ମୟୀ ରାଉତ ଆଜି ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଆଉ ଗୌରବ ଆଣିଦେଇଛନ୍ତି । ସୂଚନା ପ୍ରକାରେ ବେଲଗୁଣ୍ଠା ନିକଟସ୍ଥ ଚଢେୟାପଲ୍ଲୀ ଗ୍ରାମର ରାମକ୍ରିଷ୍ଣ ରାଉତ ଏବଂ ସସ୍ମିତା ରାଉତଙ୍କ ସୁପୁତ୍ରୀ ଚିନ୍ମୟୀ ଗତ ହାଇସ୍କୁଲ୍ ବୋର୍ଡ଼ ପରୀକ୍ଷାରେ ଶତକଡ଼ା ୯୫ ପ୍ରତିଶତ ନମ୍ବର୍ ରଖି ଗଞ୍ଜାମ ଜିଲ୍ଲାର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିଥିଲେ I ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଟି ପଢ଼ାଅ ଓ ବେଟି ବଚାଓ କର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିନ୍ମୟୀଙ୍କୁ ମୋ ଗେହ୍ଲା ଝିଅ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଚିନ୍ମୟୀଙ୍କ ସମେତ ତାଙ୍କ ବାପା ମାଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ବାବଦରେ ୫୦୦୦ ଟଙ୍କାର ଏକ ଚେକ୍ ଗ୍ରହଣ କରିଛନ୍ତି । ଚିନ୍ମୟୀ ଏହି ପୁରସ୍କାର ପାଇବା ପରେ ଚିନ୍ମୟୀଙ୍କ ପରିବାର,ସେ ପଢୁଥିବା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ସାର୍ପ ଏଜୁକେସନ୍ ଟ୍ୟୁସନ୍ ରେ ଖୁସିର ଲହରୀ ଖେଳିଯାଇଛି । ଚିନ୍ମୟୀଙ୍କ ଏହି ସଫଳତା ପାଇଁ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ , ସମ୍ପାଦକ ସୁଶାନ୍ତ କୁମାର ବେହେରା, ସଭାପତି ମାଧବ ଚନ୍ଦ୍ର ଆପଟ, ଟ୍ୟୁସନ୍ ଶିକ୍ଷକ ସତ୍ୟନାରାୟଣ ସିଅ ପ୍ରମୁଖ ଚିନ୍ମୟୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.