ରାୟଗଡା,୨୮/୦୫(ପିପିଟି); ରାୟଗଡ଼ା ଜିଲ୍ଲା ମୁନିଗୁଡାବ୍ଲକ ଓ କଲ୍ୟାଣସିଂପୁର ବ୍ଲକରେ ଡ଼ଙ୍ଗରିଆ ଜନଜାତିଙ୍କୁ ମହାମାରୀ କରୋନା ପାଇଁ ସଚେତନ ସହ ଶୁଖିଲା ଖାଦ୍ୟ ଓ ମାସ୍କ ବାଣ୍ଟି କରୋନାଯୋଦ୍ଧା ସାଜିଛନ୍ତି। କରୋନାର କରାଳରୂପ ଆଜି ଦେଶ ରାଜ୍ୟ ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ସଙ୍କଟ ପରିସ୍ଥିତିକୁ ଠେଲି ଦେଇଛି। କରୋନାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ଅହରହ ଉଦ୍ୟମ କରି ଚାଲିଥିବାଵେଳେ କରୋନା କଵଳରୁ ରାଜ୍ୟବାସୀଙ୍କୁ କେବେ ମୁକ୍ତି ମିଳିବ ସେହି ଚେଷ୍ଠା ବଳବତ୍ତର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାର ଜଣେ ସଚ୍ଚୋଟ,ସରଳ,ଦରଦୀ ମଣିଷ ତଥାଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା ନିଜର ନିର୍ବାଚନ ମଣ୍ଡଳୀରୁ ଲୋକମାନେ କରୋନା ଆକ୍ରାନ୍ତ ଠାରୁ କିପରି ଦୂରେଇ ରହି ସରକାରଙ୍କର କୋଭିଡ ନିୟମକୁ କଡାକଡି ପାଳନ କରି କରୋନାକୁ ପରାସ୍ତ କରିବା ଆଶା ନେଇ ଗତକାଲି କଲ୍ୟାଣସିଙ୍ଗପୁରର ନିୟମଗିରି ପାହାଡର ପାର୍ସାଲି ଗ୍ରାମକୁ ଯାଇ କରୋନା ପରିସ୍ଥିତି ଅନୁଧ୍ୟାନକରି ମାସ୍କ ଓ ଖାଦ୍ୟ ପୁଡିଆ ଦେଇ ସଚେତନତା କରାଇଥିଲେ। ସେହିପରି ଆଜି ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଡଙ୍ଗର ଉପରେ ଥିବା ଶକଡା,ମେରକାମଣ୍ଡଳୀ, ସେରକାପାଡୁ ଆଦି ଗ୍ରାମକୁ ଯାଇ ମନ୍ତ୍ରୀ ସେଠାରେ ଡଙ୍ଗରିଆ ଜନଜାତିଙ୍କୁ ମାସ୍କ ଓ ଖାଦ୍ୟପୁଡିଆ ବାଣ୍ଟିବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ଅମଙ୍ଗ ହେଉଥିବା କିଛି ଲୋକଙ୍କୁ ଟୀକା ନେବାକୁ ଵୁଝାଇବା ସହ ନିୟମିତ ମାସ୍କ ଵ୍ୟବହାର କରିଵା ସାବୁନରେ ହାତ ଧୋଇଵା, ଦୂରତା ରକ୍ଷା କରିବା ଆଦି ଵିଭିନ୍ନ ଉପାୟରେ ମନ୍ତ୍ରୀ ସେମାନଙ୍କୁ ବୁଝାଇ ସଚେତନତା ସୃଷ୍ଟି କରିପାରିଥିଲେ। ମନ୍ତ୍ରୀଙ୍କ ସହ ଜିଲ୍ଲା ବିଜେଡ଼ି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ,ବ୍ଲକ ବିଜେଡି ସଭାପତି ରତନ ଲାଲ ଜୈନ, ବରିଷ୍ଠ ବିଜେଡି ନେତା ଧୀରୁ ପାଣିଗ୍ରାହୀ ଏବଂ ପୂର୍ବତନ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୁରୁକା ଵିଜେଡିର ନାରୀ ନେତ୍ରୀ ଶକୁନ୍ତଳା ନୁଣ୍ଡୃକା,ଵୃନ୍ଦାବନ ପାଢୀ ପ୍ରମୁଖ ମନ୍ତ୍ରୀଙ୍କ ସହିତ ଯାଇଥିବାଵେଳେ, ଵିଡିଓ, ସ୍ଥାନୀୟ ସରପଞ୍ଚ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ଵାସ୍ଥ୍ୟ କର୍ମୀ, ପୋଲିସ୍ କର୍ମଚାରୀ, ଓ ଅନ୍ୟାନ୍ୟ ଵିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କର ଏହି ଗସ୍ତ ଓ ସଚେତନତା ଡଙ୍ଗରିଆ ଜନଜାତି ମାନଙ୍କୁ ଟିକାଦେଵାକୁ ସହଜ ହୋଇପାରିବ ବୋଲି ଵିଭାଗୀୟ କର୍ମକର୍ତ୍ତା ଆଶାପ୍ରକାଶ କରିଛନ୍ତି।
(ରିପୋର୍ଟ- ନବୀନ ନାୟକ ବେହେରା। )