ଆଦର୍ଶ ଶିକ୍ଷକଙ୍କ “ଜନ୍ମଭୂମି ଓ କର୍ମଭୂମି” ପୁସ୍ତକ ଲୋକାର୍ପିତ ।

0 218

କୋଦଳା,୦୭/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଶକ୍ତିନଗର ସାହିର ଲୋକସେବକ ମଣ୍ଡଳ ଦ୍ୱାରା ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବା ଶିକ୍ଷାବିତ୍ତ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ନିଜ ରଚିତ “ଜନ୍ମଭୂମି ଓ କର୍ମଭୂମି” ପୁସ୍ତକ କୁ ଲୋକାର୍ପିତ କରିଛନ୍ତି । ଏହି ପୁସ୍ତକଟି କୋଦଳା ଓ ଆଖ ପାଖ ଅଞ୍ଚଳ ର ବାସ୍ତବ ବିଷୟ ବସ୍ତୁ ଉପରେ ଆଧାରିତ ଏବଂ ପାଞ୍ଚ ଦଶନ୍ଧି ର ଇତିହାସକୁ ନେଇ ଏହି ପୁସ୍ତକଟିର ଲେଖାପରେ ଖୁବ୍ ପ୍ରଶଂସା କରିଛନ୍ତି ସାହିତ୍ୟିକ ଓ ବୁଦ୍ଧିଜୀବୀ । ଶ୍ରୀ ପାତ୍ର ନିଜ ଚାକିରୀ ଜୀବନ ୧୯୬୫ ମସିହାରେ ଆରମ୍ଭ କରିଥିବା ବେଳେ ସେ ପ୍ରଥମେ ଷୋଡକ ଏମଇ ସ୍କୁଲ ରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୬୭ ମସିହାରେ କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲ ରେ ହିନ୍ଦୀ ଶିକ୍ଷକ ଭାବରେ ଯୋଗଦାନ କରିଥିବା ବେଳେ ୨୦୦୫ ରେ ନିଜ ଚାକରି ଜୀବନରୁ ଅବସର ଗ୍ରହଣ କରିଥିଲେ ।ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ରେ ନାଟ୍ୟ ନିର୍ଦ୍ଦେଶନା ଦେଇ ସୁନାମ ଅର୍ଜନ କରିଥିଲେ!ସେ ଏକା ସାଙ୍ଗରେ ଜଣେ ଆଦର୍ଶ ଶିକ୍ଷକ ସହ ଡ୍ରାମା ନିର୍ଦ୍ଦେଶକ, ଲେଖକ ଓ କ୍ରୀଡ଼ାପ୍ରେମୀ ଅଟନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.