ସାନଖେମୁଣ୍ଡି,୦୫/୦୩(ପିପିଟି); ଉତ୍କଳର ମହାନ ବରପୁତ୍ର,ସ୍ବାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ,ନୂତନ ଓଡ଼ିଶାର ଗଠନର ସୂତ୍ରଧର ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆଡପଡ଼ା ଠାରେ ପାଳନ ଉତ୍ସବ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି ଉତ୍ସବରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ସମସ୍ତ କର୍ମକର୍ତ୍ତା , ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ,ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅଞ୍ଚଳର ସମସ୍ତ ବିଜୁପ୍ରେମୀଙ୍କ ସମାଗମ ହୋଇଥିଲା । ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ ,ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ଧୋବା ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ସମିତି ଅଧ୍ୟକ୍ଷା ସଙ୍ଗୀତା ବେହେରା , ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀ , ଆଡପଡ଼ା ସରପଞ୍ଚ ନୀଳମାଧବ ରାଉତ , ବିକ୍ରମ ବରାଡ , ସନ୍ତୋଷ ନାହାକ ପ୍ରମୁଖଙ୍କ ସହ ଧରାକୋଟ ରାଣୀ ସାହେବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ବ୍ଲକ୍ ଅଧ୍ୟକ୍ଷା ରୀନା ଗୌଡ , ଉପାଧ୍ୟକ୍ଷ ବଳବନ୍ତ ସିଂ , ବିଜେଡି ବ୍ଲକ୍ ସଭାପତି ସଞ୍ଜୟ କୁମାର ପାତ୍ର ,ଛାତ୍ର ବିଜେଡି ସଭାପତି ମାନସ ରଞ୍ଜନ ଜେନା , ପୂର୍ବତନ ସରପଞ୍ଚ ଦିଲୀପ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ , ବିଜେଡି କର୍ମକର୍ତ୍ତା ଓ ଗ୍ରାମବାସୀ ମାନଙ୍କ ଦ୍ଵାରା ଆଡ଼ପଡା ଗ୍ରାମ ପରିକ୍ରମା କରାଯାଇଥିଲା ।
(ରିପୋର୍ଟ- ଆରତ କୁମାର ହୋତା। )