ସାନଖେମୁଣ୍ଡି,୨୫/୦୭(ପିପିଟି): ସାନଖେମୁଣ୍ଡି ତହସିଲ୍ ଅଧିନସ୍ଥ ଆଡ଼ପଡ଼ା ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏଦିଗରେ ପ୍ରଶାସନକୁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ଅଣ ଦେଖା କରୁଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ ଘୋଡ଼ାହାଡ଼ ନଦୀରୁ ବାଲି ନେବା ପାଇଁ କୌଣସି ଟେଣ୍ଡର ହୋଇନାହିଁ ଯଦ୍ଵାରା ବାଲି ମାଫିଆ ମାନେ ମୂଲିଆ ଲଗାଇ ବାଲି ନଦୀରୁ ଉଠାଇ ଅନ୍ୟତ୍ର ଡିପ କରି ରଖୁଛନ୍ତି ପରେ ସେହି ବାଲିକୁ ବିକୁଥିବା ଅଭିଯୋଗ ହୋଇଛି । ଏଭଳି ଅନେକ ଦିନ ହେଲା ଏହି କାର୍ଯ୍ୟ ଚାଲିଛି । ଆଡପଡା ” ବି ହେପି କ୍ଲବ ” ଏଥିପ୍ରତି ସ୍ଥାନୀୟ ପ୍ରଶାସନର ବହୁ ଦିନ ହେଲା ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନର ଅଣଦେଖା ଏହା ବୁଝାଉଛି ଯେ ବାଲି ମାଫିଆ ଏବଂ ପ୍ରଶାସନର ମଧୁଚନ୍ଦ୍ରିକାରେ ଏଭଳି କାର୍ଯ ଚାଲିଛି । ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିଲେ ମଧ୍ୟ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଆଡପଡା ” ବି ହେପି କ୍ଲବ ” ମେମ୍ବର ମାନେ । ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଅବଗତ କରାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ ବୋଲି କହିଛନ୍ତି ” ବି ହେପି କ୍ଲବ ” ମେମ୍ବର । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ” ବି ହେପି କ୍ଲବ ” ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post