ଆଡପଡ଼ା ପଞ୍ଚାୟତରେ ସରପଞ୍ଚ ପାର୍ଥିନି ସର୍ମିଷ୍ଠା ରାଉତ ଏବଂ ସମିତିସଭ୍ୟ ପାର୍ଥିନି ବବିତା ବାରିକ ପାର୍ଥିପତ୍ର ଦାଖଲ କରିଲେ ।

0 2,208

ସାନଖେମୁଣ୍ଡି,୨୧/୦୧(ପିପିଟି)ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ପାଇଁ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡା ଗ୍ରାମ ପଞ୍ଚାୟତର ବିକାଶର ଧାରାକୁ ଆଗେଇ ନେବା ପାଇଁ ସରପଞ୍ଚ ପାର୍ଥିନି ସର୍ମିଷ୍ଠା ରାଉତ ଆଜି ନିଜର ସମର୍ଥକଙ୍କ ଉପସ୍ଥିତିରେ ଆଡପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲେ । ଆଡପଡ଼ା ଗ୍ରାମରେ ଆଦର୍ଶ ପୋଖରୀ , ଶିଶୁ ଉଦ୍ୟାନ , ମେଗା ପାନୀୟ ଜଳ ପ୍ରକଳ୍ପ , ହସ୍ପିଟାଲ , ରାସ୍ତା ଉନ୍ନତି କରଣ ଯୋଗୁଁ ଆଡପଡ଼ା ପଞ୍ଚାୟତ କୁ କେନ୍ଦ୍ରରୁ ସମ୍ମାନ ମିଳିଥିଲା । ଆଡପଡ଼ା ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିତୋଲିଛନ୍ତି ସାନଖେମୁଣ୍ଡି ବିଜୁ ଜନତା ଦଳର ସଭାପତି ନୀଳମାଧବ ରାଉତ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ମାନି ପଞ୍ଚାୟତ ବାସୀଙ୍କ ସମସ୍ତ ସମସ୍ୟା ଦୂର କରିବାପାଇଁ ସରପଞ୍ଚ ପାର୍ଥିନୀ ସର୍ମିଷ୍ଟା ରାଉତ ଆଜି ନିଜର ସମର୍ଥକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କଲେ । ସେହିପରି ଆଡପଡା ଗ୍ରାମପଞ୍ଚାୟତ ପାଇଁ ସମିତି ସଭ୍ୟ ପାର୍ଥୀନୀ ଭାବେ ବବିତା ବାରିକ ନିଜର ନାମାଙ୍କନ ପତ୍ର ଦାଖଲ କଲେ । ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଜୁ ଜନତା ଦଳର ସଭାପତି ନୀଳମାଧବ ରାଉତ , ସମାଜସେବୀ ସୁରେନ୍ଦ୍ରବାରିକ , ସମାଜସେବୀ ମୂରଲୀ ପ୍ରଧାନ, ହଂସ ବାରିକ , ଶ୍ରୀହରି ବାରିକ ଏବଂ ଆଡପଡା ଗ୍ରାମବାସୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.