ମାଲକାନଗିରି,ତା:୦୧/୧୦(ପିପିଟି); ଆଜି ମାଲକାନଗିରି ଜିଲ୍ଲାରେ ୧୨୩ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛି, ଆଠ ମାସ ମଧ୍ଯରେ ଗୋଟାଏ ଦିନରେ ସର୍ବକାଳିନ ରେକର୍ଡକୁ ଭାଙ୍ଗିଛି । ଯାହାକି ମାଲକାନଗିରି ଜିଲ୍ଲା ପାଇଁ ଉଦବେଗ ଜନକ ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୧୨୩ ଜଣ ବ୍ଯକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମାଲକାନଗିରି ପୌରାଞ୍ଚଳରେ ୬୫ ଜଣ,ବାଲିମେଳା ଏନ୍ଏସି ରେ ୫ ଜଣ,ମାଥିଲି ବ୍ଲକରେ ୧୨ ଜଣ,ମାଲକାନଗିରି ବ୍ଲକରେ ୧୬ ଜଣ,କୋରୁକୋଣ୍ଡା ବ୍ଲକରେ ୪ ଜଣ,ଖଇରପୁଟ ବ୍ଲକରେ ୬ଣ, କାଲିମେଳା ବ୍ଲକରେ ୧୮ ଜଣ, ପଡିଆ ବ୍ଲକରେ ୪ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୨ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ କରାଯାଇଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୩ ହଜାର ୬୮୮ କରୋନା ରୋଗୀ ସଂକ୍ରମିତ ହୋଇଥିବା ବେଳେ ୩ ହଜାର ୨୩୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୪୪୭ ଜଣ କରୋନା ରୋଗୀ କୋଭିଡ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଆଜି ସୁଦ୍ଧ୧୧ ଜଣ କରୋନା ରୋଗୀଙ୍କ ଅକାଳ ବିୟୋଗ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି । ଆଜିର ୧୩୨ ଜଣ କରୋନା ସଂକ୍ରମିତଙ୍କ ମଧ୍ଯରୁ କ୍ଲୋଜ କଣ୍ଟାକ୍ଟରେ ୧୫ ଜଣ,ଜ୍ବର କାଶ ଲକ୍ଷଣରେ ୨୨ ଜଣ,ଘର ଘର ବୁଲି ଚିହ୍ନଟ ରୋଗୀ ୮୩ ଜଣ ଏବଂ ସଂକ୍ରମିତ ଅଞ୍ଚଳରୁ ଆସିଥିବା ୩ ଜଣଙ୍କ ମଧ୍ଯରେ କୋରନା ପଜିଟିଭ ଚିହ୍ନଟ କରାଯାଇଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)