ଆଜି ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିରୁ ଧାନ କ୍ରୟ ଆରମ୍ଭ ।

0 230

ମାଲକାନଗିରି,୨୦/୧୨(ପିପିଟି):ଆଜି ବହୁବାଦ ବିବାଦ ସତ୍ବେ ଧାନ ମଣ୍ଡିରେ ଧାନ କ୍ରୟ ଲ୍ଯାମ୍ପ କର୍ମଚାରୀମାନେ ଆରମ୍ଭ କରିଛନ୍ତି । ସୋମବାର ଦିନ ୧୪ ଗୋଟି ଧାନ ମଣ୍ଡିଥିବାରୁ ସବୁ ମଣ୍ଡିଗୁଡିକୁ କ୍ରିୟାଶୀଳ କରାଯାଇଛି । ପ୍ରକାଶ ଥାଉକି ଗତ ୧୫ ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ଧାମ ମଣ୍ଡି ଶୁଭାରମ୍ଭ କରାଯାଇଥିଲା । କିନ୍ତୁ ସମବାୟ କର୍ମଚାରୀମାନେ ବିଭିନ୍ନ ଦାବିକୁ ନେଇ ଧର୍ମଘଟ ଜାରି ରଖିବା ଫଳରେ ମଣ୍ଡିଗୁଡିରୁ ଧାନ କ୍ରୟ ଲ୍ଯାମ୍ପ କର୍ମଚାରୀମାନେ କରି ନଥିଲେ । କିନ୍ତୁ ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଥିବା ଆରଏମସି ସେକ୍ରେଟାରୀ ଗୁରୁ ଚରଣ ନାୟକ ଗଣ ମାଧ୍ଯମକୁ ଜଣାଇଛନ୍ତି ।ଚଳିତ ଖରଫ ବର୍ଷ ପାଇଁ ପ୍ରଥମ କିସ୍ତିରେ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ୬୫ ଗୋଟି ମଣ୍ଡିରୁ ସଂଗ୍ରହ କରାଯିବ । ଗତ ବର୍ଷ ମାଲକାନଗିରି ଜିଲ୍ଲାରୁ ୧୧ ଲକ୍ଷ ୭୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥଲା । ଏହି ଧାନ ୮ଗୋଟି ଲ୍ଯାମ୍ପ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ କରିବେ । ଚାଲାଣଗୁଡା ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ୧୫୦୦ କ୍ବିଣ୍ଟାଲ ଧାନ କ୍ରୟ କରିଥିବା ଜଣା ପଡିଛି । ଗତ ବର୍ଷ ସାଧାରଣ କିସମ ଧାନର ମୂଲ୍ଯ କ୍ବିଣ୍ଟାଲ ପିଛା ୧୮୬୪/ଟଙ୍କା ଧାର୍ଯ୍ଯ କରାଯାଇବା ବେଳେ ଚଳିତ ଖରିଫ ବର୍ଷରେ କ୍ବିଣ୍ଟାଲ ପିଛା ସାଧାରଣ କିସମ ଧାନର ମୂଲ୍ଯ ୧୯୪୦/ଟଙ୍କା ସରକାରୀ ଭାବେ ଧାର୍ଯ୍ଯ କରାଯାଇଛି । ଆଜି ମାଲକାନଗିରି ଜିଲ୍ଲାରେ ଥିବା ୧୪ ଗୋଟି ମଣ୍ଡିକୁ ଶୁଭାରମ୍ଭ କରାଯାଇଥିବା ବେଳେ ଧାନ ସଂଗ୍ରହ କାର୍ଯ୍ଯକ୍ରମ ଜାରି ରହିଛି । ଜଣେ ଚାଷୀ ଜଳ ସେଚିତ ଏକ ଏକର ଜମିରୁ ୧୯ କ୍ବିଣ୍ଟାଲ ଧାନ ଏବଂ ଅଣ ଜଳ ସେଚିତ ଏକ ଏକର ଜମିରୁ ୧୩ କ୍ବଣ୍ଟାଲ ଧାନ ବିକ୍ରୟ କରି ପାରିବ । ସେହି ପରି ଜଣେ ଚାଷୀ ଧାନ ମଣ୍ଡିରେ ସର୍ବାଧିକ ୭୫ କ୍ବିଣ୍ଟାଲ ଧାନ ଦିନକୁ ବିକ୍ରୟ କରି ପାରିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି । ଜିଲ୍ଲାରେ ୩୮୫୨୪ ଜଣ ଚାଷୀ ଧାନ ବିକ୍ରୟ ଲାଗି ନାମ ପଞ୍ଜୀକରଣ କରିଥିବା ଜଣା ପଡିଛି । ୨୭ ଗୋଟି ମିଲର ବିଭିନ୍ନ ମଣ୍ଡିରୁ ଧାନ ସଂଗ୍ରହ କରି ମିଲକୁ ଆଣିବାର ବ୍ଯବସ୍ଥା କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.