ମାଲକାନଗିରି,ତା:୦୩/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଆଜି ୭୩ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା ୩୨୭କୁ ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଆଜି ୭୩ ଜଣ କରୋନା ସଂକ୍ରମିତ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇଛି ।ସେଥି ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୫ ଜଣ,ବାଲିମେଳା ଏନ୍ଏସିରେ ଜଣେ,ମାଲକାନଗିରି ବ୍ଲକରେ ୩ ଜଣ,କୋରୁକୋଣ୍ଡା ବ୍ଲକରେ ୫ ଜଣ, ମାଥିଲି ବ୍ଲକରେ ୧୪ ଜଣ,ଖଇରପୁଟ ବ୍ଲକରେ ୧୬ ଜଣ,କାଲିମେଳା ବ୍ଲକରେ ୭ ଜଣ,ପଡିଆ ବ୍ଲକରେ ୬ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୧୬ ଜଣ ବ୍ଯକ୍ତି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ସର୍ବମୋଟ ମାଲକାନଗିରି ଜିଲ୍ଲାରେ ୫ ହଜାର ୭୦୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ହଜାର ୩୫୫ ଜଣ ଆରୋଗ୍ଯ ଲାଭ କରିଛନ୍ତି । ସରକାରୀ ଭାବେ ଅଦ୍ଯାବଧି ୨୫ ଜଣ ବ୍ଯକ୍ତି କରୋନାରେ ଦେହ ତ୍ଯାଗ କରିଥିବା ପ୍ରକାଶ କରାଯାଇଛି । ତେବେ ଗତ କାଲି ଜଣେ ବ୍ଯକ୍ତି କରୋନାରେ ମରିଥିବା କୁହାଯାଇଥିବା ବେଳେ ଅଦ୍ଯବଧି ସରକାରୀ ଭାବେ ଘୋଷଣା
କରାଯାଇ ନାହିଁ । ବର୍ତ୍ତମାନ ୩୨୭ ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)