ଭଞ୍ଜନଗର,୦୨/୦୮(ପିପିଟି); ଆଜି ଗଞ୍ଜାମ ଜିଲ୍ଲାରେ ୩୨୦ଜଣ ନୂଆ କୋରନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୮ଜଣ ଆକ୍ରାନ୍ତ ରହିଛନ୍ତି।ହେଲେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲେମ୍ବେଇ ପଞ୍ଚାୟତ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି।ଏହି ଗ୍ରାମ ହରିଜନ ସାହିରୁ ୧୨ଜଣ ଆକ୍ରାନ୍ତ ଥିବାରୁ ଅଧିକ ସଂକ୍ରମଣ ଆଶଙ୍କା କରି ଏହି ପଞ୍ଚାୟତ କୁ ସରପଞ୍ଚ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି। ସେହିପରି ଅଗଝୋଳ ଗ୍ରାମରୁ ଆଉ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଭଞ୍ଜନଗର ଏନ.ଏ.ସି ଅଧିନ ମେନ ରୋଡ଼ର ୨ଜଣ ଓ ଭେଜିପୁଟ ରୁ ୨ଜଣ ସଂକ୍ରମିତ ଥିବା ଜଣାପଡିଛି।ଭଞ୍ଜନଗର ସହରରୁ ବ୍ୟାରିକେଡ ହଟାଇ କଟକଣା କୋହଳ କରାଯାଇଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।