ଆଜି ଠାରୁ ବନ୍ଦ ହେଲା ‘ଆମେ ଅଛୁ’ କାର୍ଯ୍ୟକ୍ରମ ।

0 202

ଭଞ୍ଜନଗର,୩୧/୦୫(ପିପିଟି); କରୋନା ତାଲାବନ୍ଦ ସମୟରେ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କନ୍ଧମାଳ ସାଂସଦ ତଥା କିଟ ଏବଂ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଗତ ୧୮ଦିନ ଧରି ଚାଲିଥିବା ‘ଆମେ ଅଛୁ’ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି।ଲକ ଡାଉନ ର ଅବଧି ପୁଣି ବୃଦ୍ଧି ପାଇଥିଲେ ମଧ୍ୟ ଆମେ ଅଛୁ କାର୍ଯ୍ୟକ୍ରମ କୁ ବନ୍ଦ ରଖାଯାଇଛି। ଶେଷ ଦିନରେ ସ୍ଥାନୀୟ ଚିଦାନନ୍ଦ କୁଷ୍ଠାଶ୍ରମ, ଶ୍ରୀରାମନଗର, ବାଉଁଶଲୁଣ୍ଡି, ରାସ୍ତାକଡ଼ରେ ଥିବା ଅସହାୟ ୮୫ଜଣ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିଲା। ସମାଜ ସେବୀ ଶୁଳପାଣି ଶତପଥି, ପଞ୍ଚାନନ ପାଳ, ଜଗଦୀଶ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭଞ୍ଜନଗର ବ୍ଲକ ଅବସରପ୍ରାପ୍ତ ଉପ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା,ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା,ସାଇ ଗୁରୁକୁଳ ଅଧ୍ୟକ୍ଷ ଅଜିତ କୁମାର ଶତପଥି,ଡି ସିମାଞ୍ଚଳ ପାତ୍ର, ହେଲପିଂ ହ୍ୟାଣ୍ଡର ପ୍ରଶାନ୍ତ କୁମାର ପ୍ରଧାନ, ହରିହର ପ୍ରଧାନ ସହଯୋଗ କରିଥିଲେ। ରାତ୍ରି ଭୋଜନ ପାଇଁ ୩୦ଜଣ ବ୍ୟକ୍ତିଙ୍କୁ ଡି. ତ୍ରିପତି ପାତ୍ର ଖାଦ୍ୟ ଯୋଗାଇ ଥିଲେ। ଶେଷରେ ସାଇ ଗୁରୁକୁଳ ଛାତ୍ରବାସରେ ଏକ ଆଲୋଚନା ଶୁଳପାଣି ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ଦିନ ଧରି ରୋଷାଇ କରୁଥିବା ସଂଯୁକ୍ତା ପାଢ଼ୀ, କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କରୁଥିବା ହେଲପିଙ୍ଗ ହ୍ୟାଣ୍ଡର ପ୍ରଶାନ୍ତ କୁମାର ପ୍ରଧାନ, ଭବାନୀ ପାଳ, ଗୋପାଳ କୃଷ୍ଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସନ୍ତୋଷ କୁମାର ଜେନା ଧନ୍ୟବାଦ ଦେଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.