ମାଲକାନଗିରି,ତା:୨୬/୦୯(ପିପିଟି); ଆଜି ମାଲକାନଗିରି କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ୪୯୨ ରୋଗୀଙ୍କ ମଧ୍ଯରୁ ୬୬ ଜଣ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଆରୋଗ୍ଯ ଲାଭ କରିଥିବା ସୂଚନା ମିଳିଛି । ଆଜି ୨୮ ଜଣ ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ କରୋନା ରୋଗୀ ସଂଖ୍ଯା ୩ ହଜାର ୪୨୨ ରେ ପହଞ୍ଚିଛି । ଆଜି ୬୬ ଜଣ କରୋନା ରୋଗୀ ଆରୋଗ୍ଯ ହେଲା ପରେ ମାଲକାନଗିରି ସମୁଦାୟ ୨ ହଜାର ୯୮୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ସ୍ବଗୃହକୁ ପ୍ରତ୍ଯାବର୍ତ୍ତ କରିଥିବ ଜଣାପଡିଛି । ବର୍ତ୍ତମାନ ୪୨୬ ଜଣ କରୋନା ରୋଗୀ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ସରକାରୀ ଭାବେ ମତବ୍ଯକ୍ତ କରାଯାଇଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)