ଆଜାଦୀ କା ଅମୃତ ମହୋତ୍ସବକୁ ଉଦ୍‌ଘାଟନ କଲେ ବିଧାୟିକା ।

0 329

କୋଦଳା,୧୯/୦୪(ପିପିଟି): ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ବିଶାଳ ମେଗା ସ୍ବାସ୍ଥ୍ୟ ଶିବିରକୁ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉଦ୍‌ଘାଟନ କରିଥିଲେ । ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ସିବିରରେ ହଜାର ହଜାର ରୋଗୀ ଏହି ଶିବିରରେ ଯୋଗଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ନେଇ ଥିଲେ । ରୋଗୀଙ୍କୁ ସେବା ଯୋଗାଇବାରେ ମେଡିକାଲ କର୍ମଚାରୀ ଓ ଅଞ୍ଚଳର ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କୋଦଳା ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ। ଶିବିରରେ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀ ପଞ୍ଜୀକରଣ କରି ପ୍ରାକ୍ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ୬ ଜଣ ଅଭିଜ୍ଞ ଡ଼ାକ୍ତର ଓ ପ୍ରାୟ ୧୦୦ ଜଣ ପାରାମେଡ଼ିକାଲ କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ନିୟୋଜିତ ହୋଇଥିଲେ। ସକାଳୁ ରୋଗୀମାନେ ଲାଇନରେ ଆସି ପଂଜୀକରଣ କରି ବିଭିନ୍ନ ବିଭାଗିୟ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ । ବେଗୁନିଆପଡ଼ା ବ୍ଳକର କୋଣ ଅନୁକୋଣରୁ ରୋଗୀମାନେ ଆସିଥିବା ଜଣାପଡିଛି। ରୋଗୀଙ୍କୁ ନେବା ଆଣିବା ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ଥିବା ବେଳେ ହ୍ବିଲ ଚେୟାରର ସୁବିଧା ରହିଥିଲା। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭିତରକୁ ନିଆଯାଇଥିଲା। ଅଞ୍ଚଳର ସ୍ବାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି କର୍ମୀ ମାନେ ନିୟୋଜିତ ରହି ମେଗା ସ୍ବାସ୍ଥ୍ୟ ଶିବିରରେ ରୋଗୀଙ୍କୁ ପଞ୍ଜୀକରଣ କରିବା, ଦିବ୍ୟାଙ୍ଗମାନଙ୍କୁ ସୁବିଧାରେ ଭିତରକୁ ନେବା, ଖାଦ୍ୟ ଓ ପାନୀୟଜଳ ପ୍ରଦାନ କରିବା, ଡ଼ାକ୍ତରଙ୍କ ପାଖରେ ରହି ଶୃଙ୍ଖଳାରେ ଭିତରକୁ ଛାଡିବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ମେଳାରେ ଆୟୁଷ ଓ ଅରୁଣା ଚିକିତ୍ସା ସୁବିଧା ମଧ୍ୟ ମାଗଣାରେ ଉପଲବ୍ଧ କରାଯାଇଥିଲା। ସ୍ବାସ୍ଥ୍ୟ ପାଇଁ ଯୋଗ କେତେ ଉପଯୋଗୀ ସେ ନେଇ ଯୋଗ ଶିକ୍ଷକ ମାନେ ଉପସ୍ଥିତ ରହି ବୁଝାଇଥିଲେ। ସେହିପରି ସ୍ବାସ୍ଥ୍ୟ ତଥା ବିଭିନ୍ନ ରୋଗର ସଚେତନତାକୁ ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.