ମାଲକାନଗିରି,୨୦/୦୪(ପିପିଟି): ଆଜି ମାଲକାନଗିରି ଡିପିଆରସି କକ୍ଷ ଠାରେ ଭାରତ ସ୍ବାଧୀନତୀର ୭୫ ବର୍ଷ ପୂର୍ତ୍ତି ତଥ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆକାଂକ୍ଷା ଜିଲ୍ଲା ଭାବରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ଯାୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ଜିଲ୍ଲା ସ୍ତରୀୟ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।ସ୍ଥାନୀୟ ଶାସନ ବ୍ଯବସ୍ଥାର ଉନ୍ନତି ସହିତ ଭାକତର ପରିବର୍ତ୍ତନ ଶୀର୍ଷକ ପ୍ରବନ୍ଧ ଉପରେ ଅଂଶଗ୍ରହଣ କାରୀମାନେ ତାଙ୍କର ନିଜସ୍ବ ମତାମତ ଉଲ୍ଲେଖ କରିଥିଲେ ।ତନ୍ମଧ୍ଯରୁ ପରବର୍ତ୍ତୀ ସମୟରେ ପ୍ରଥମ,ଦ୍ବତୀୟ,ତୃତୀୟ ଭାବେ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯିବ । ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଆନୁଷ୍ଠାନିକ ଭାବେ କାର୍ଯ୍ଯକ୍ରମକୁ ଉଦଘଟନ କରିଥିଲେ । ସେ କହିଲେ ଯେ ପ୍ରତ୍ଯେକ ବ୍ଯକ୍ତିଙ୍କ ନିଜର ଚିନ୍ତାଧାରା ଦ୍ବାରା ବ୍ଯବସ୍ଥାର ପରିବର୍ତ୍ତନ ସହ ଭାରତକୁ ଉନ୍ନତ କରି ହେବ । ଏହି କାର୍ଯ୍ଯକ୍ରମକୁଯୋଜନା ଓ ପରିସଂଖ୍ଯାନ ଉପ ନିର୍ଦ୍ଦେଶକ ହରମୋହନ ବିଶ୍ବାଳ ପରିଚାଳନ କରିଥିଲା ବେଳେ ଅଧ୍ଯାପକ ରଞ୍ଜନ ସ୍ବାଇଁ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)