କୋଦଳା,୦୩/୧୦(ପିପିଟି): ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସପ୍ତାହ ବ୍ୟାପି ଆରମ୍ଭ ହୋଇଥିବା “ଆଜାଦ କି ଅମୃତ ମହୋତ୍ସବ “ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସର ରେ ଏନଏସି କଲ୍ୟାଣମଣ୍ଡପ ପରିସର ରେ ସ୍ଵଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡିଙ୍କ ଉପସ୍ଥିତିରେ ସଫେଇ ମିତ୍ର, ସ୍ୱଚ୍ଛସାଥି, ସ୍ୱଚ୍ଛକର୍ମୀ ଓ ସଫେଇ କର୍ମୀଙ୍କୁ ନେଇ “ସଫେଇ ମିତ୍ର ସମ୍ମାନ ସମାରୋହ ଓ ବଡାଖାନା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସପ୍ତାହେ ବ୍ୟାପି ପ୍ରତ୍ୟକ ଦିନ ସମସ୍ତ ସଫେଇ କର୍ମଚାରି ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିବା ସହିତ ସମସ୍ତ ସାହି ଛକରୁ ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଥିଲା ।ଏହାକୁ ନେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କର୍ତ୍ତବ୍ୟ ପରାୟଣ ସ୍ୱଚ୍ଛ ସାଥି, ଚିତ୍ରାଙ୍କନ, ଝୋଟି, ନୃତ୍ୟ ର ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଵାଦାଖାନା ମାଧ୍ୟମ ରେ ସମସ୍ତ ସଫେଇ କର୍ମକର୍ତ୍ତାଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସିନ ଥିଲେ ଏନଏସି ବରିଷ୍ଠ କିରାଣୀ ଉଦୟ ନାଥ ସାହୁ, ଟିକସ ଅସୁଲକାରୀ ହରିଶ ଚନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)