ଆଜାଦି କା ଅମୃତ ମହୋତ୍ସବ ଉଦ୍‌ଯାପିତ; ପଶ୍ଚିମାଞ୍ଚଳ ସଙ୍ଗୀତ ଓ ବାଦ୍ୟରେ ଝୁମିଲେ ଦର୍ଶକ ।

0 292

ଭଞ୍ଜନଗର,୩୧/୧୨(ପିପିଟି): ଗତ ତିନିଦିନ ଧରି ଭଞ୍ଜନଗର ଟାଉନ ହଲ୍‌ରେ ଚାଲିଥିବା ରାଜ୍ୟସ୍ତରୀୟ ଲୋକ ସଙ୍ଗୀତ, ପାଲା, ଦାସକାଠିଆ ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡ଼.ଉତ୍ସବ ଚରଣ ଦାସ, ବେଲଗାଁର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପ୍ରାପ୍ତ ଉପେନ୍ଦ୍ର ପାଣିଗ୍ରାହୀ, ଏସ୍‌ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧିରେଶ ଦାସ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ସଙ୍ଗୀତ ନାଟକ ଏକାଡ଼େମୀ ଉପ ସଭାପତି ମନ୍ମଥ କୁମାର ଶତପଥୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଶେଷ ରାତିରେ ଆମ୍ବପୁଆର ରବିନାରାୟଣ ଶତପଥୀ ଓ ସାଥି ଏବଂ ବେଲଗାଁର ଉପେନ୍ଦ୍ର ପାଣିଗ୍ରାହୀ ଓ ସାଥି ଦାସକାଠିଆ ପରିବେଷଣ କରିଥିଲେ । ପିପିଲି ଗୋଡ଼ିମାଳର ବେଣୁଧର ସାହୁ ଓ ସାଥି ଏବଂ ଖୋର୍ଦ୍ଧାର ଶ୍ରାଦ୍ଧାଞ୍ଜଳି ବଳବନ୍ତରାୟ ଓ ସାଥି ପାଲା ପରିବେଷଣ କରିଥିଲେ। କଟକ ଚୌଦ୍ବାରର ଚଇତିଘୋଡ଼ା ନାଚ, ବରଗଡ଼ କଳାଗ୍ରାମର ଅଶ୍ବିନୀ ପଟେଲ ଓ ସାଥି ମାଦେଳିଆ ଓ କରମା ନୃତ୍ୟ ଏବଂ ବଲାଙ୍ଗୀରର ନବୀନ କିଶୋର କୁଅଁର ଓ ସାଥି ଲୋକ ସଙ୍ଗୀତ ଲବଙ୍ଗଲତା ପରିବେଷଣ କରିଥିଲେ।ଯାହାକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ।ଶେଷରେ ସ୍ଥାନୀୟ କୁନି କୁନି କଳାକାର ନୃତ୍ୟ ପରିବେଷଣ କରିଥିଲେ।ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଉପସ୍ଥିତ ଥିଲେ।ନାରାୟଣ ମହାରଣା, ଉପେନ୍ଦ୍ର ଶତପଥୀ, ଶୁଳପାଣି ଶତପଥୀ,ଅଜିତ ଶତପଥି, ଜୟକୃଷ୍ଣ ପଟ୍ଟନାୟକ, ବବି ରଥ ଓ ପଞ୍ଚାନନ ପାଳ ପ୍ରମୁଖ ବିଭିନ୍ନ ଦିବସରେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.