ଆକ୍ସନ ମୁଡ଼ ଶେରଗଡ଼ ତହସିଲଦାର ।

0 494

ଶେରଗଡ, ୧୩/୦୫(ପିପିଟି); ଘାତକ ସାଜିଛି କରୋନା ଦ୍ୱିତୀୟ ଲହର ଫଳ ରେ ସରକାର ୧୪ ଦିନିଆ ଲକ୍ ଡ଼ାଉନ ଘୋଷଣା କରିଛନ୍ତି। ସଚେତନତା ସ୍ୱତ୍ତେ ଏବେବି ଶେରଗଡ଼ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଛି ଭୋଜିର ଆସର । ଆଜି ଶେରଗଡ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ପାଟପୁର ପୋଲିସ ସହ ଶେରଗଡ଼ ବ୍ଲକର ରକ୍ତପଟା ଗ୍ରାମରେ ଏକ ବଡ ଧରଣର ବାହାଘର ଭୋଜି ରୋକିବା ପାଇଁ ସମର୍ଥ ହୋଇଛନ୍ତି ।ଆଜି ସେଠାରେ ପ୍ରାୟ ୭୦୦ ଜଣ ଙ୍କ ପାଇଁ ଭୋଜି ଭାତ ର ଆୟୋଜନ ହୋଇଥିଲା। ତହସିଲଦାର ଖବର ପାଇ ଆଜି ଉକ୍ତ ଭୋଜିକୁ ବନ୍ଦ କରିବା ସହ ଆୟୋଜକ ଭାସ୍କର ମଲ୍ଲିକ ତାଗିଦ କରିଛନ୍ତି। ସେହି ଭଳି ଖମାର ଓ ହାଡିଚିରା ଗ୍ରାମର ବାଲି ସାହି ରେ ସୁବାଷ ବିଷୋୟୀ ନାମକ ଭୋଜି ଆୟୋଜକଙ୍କୁ ତାଗିଦ କରିବା ସହ ୫ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.