କଟକ,ତା-୧୧/୧୦; କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କଳାବିହାର, କନ୍ଦରପୁର,କଟକ ପକ୍ଷରୁ ଦିବଂଗତ ଲୋକପ୍ରିୟ ରାଜନେତା,ବିଶିଷ୍ଟ ସମାଜସେବୀ, ଶ୍ରେଷ୍ଠ କ୍ରୀଡ଼ାବିତ,ଦକ୍ଷ ସଂଗଠକ ତଥା କଟକ ସଦର ବ୍ଲକ ଆୟତପୁର ପଂଚାୟତର ପୂର୍ବତନ ସରପଞ୍ଚ ଏବଂ ସମିତିସଭ୍ୟ କିଶୋର ଜେନା(୪୮)ଙ୍କ କରୋନା ମହାମାରୀ ସଂକ୍ରମଣ ଜନୀତ ବିୟୋଗରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ପରିଷଦର ସଭାପତି ନାରିନେତ୍ରୀ ପ୍ରତିଭା ଶତପଥୀ, ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ଗୁରୁ ମହାଦେବ ମହାରଣା, ସାହିତ୍ୟିକ ବିକ୍ରମ ନନ୍ଦ, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଦାସ,ଦୈତାରି ପ୍ରଧାନ,ପ୍ରଦୀପ୍ତ ମହାଳି,ସଂଧ୍ୟାରାଣୀ ଦାସ, ସମାଜସେବୀ ଅଭିରାମ ସାହୁ ତଥା ପରିଷଦର ଛାତ୍ରଛାତ୍ରୀ ମାନଙ୍କ ତରଫରୁ କରୋନା କଟକଣା ପୂର୍ବକ ପରିଷଦ କାର୍ଯ୍ୟାଳୟରେ ଶୋକ ପାଳନ କରିବା ସହ ଅମର ଆତ୍ମାଙ୍କ ସଦଗଦି କାମନା କରିଯାଇଛି । ଏହି ମର୍ମରେ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ସରସ୍ୱତୀ କଳା ପରିଷଦ ସେହି ଅମର ଆତ୍ମାଙ୍କୁ ଅନୁଷ୍ଠାନର ବିଭିନ୍ନ ସମୟରେ ବାର୍ଷିକ ଉତ୍ସବରେ ତାଙ୍କୁ ଅତିଥି ଭାବରେ ପାଇ ଆମେ ଗର୍ବିତ ତାଙ୍କ ପ୍ରାଣସ୍ପର୍ଶୀ ବକ୍ତବ୍ୟ ପ୍ରେରଣାର ଉତ୍ସ ଓ ଆମ ଅନୁଷ୍ଠାନ ପାଇଁ ଆଶ୍ରିବାଦ,ଅଭୁଲା ସ୍ମୃତି ସଦା ଶାଶ୍ୱତ ।