ବ୍ରହ୍ମପୁର,୦୨/୦୪(ପିପିଟି);ବିଦ୍ୟୁତ ବିଭାଗର ଆଉଟ ସୋର୍ସ କର୍ମଚାରୀଙ୍କ ନିୟମିତ ଦାବିନେଇ ୨୨/୦୭/୨୦୨୧ ଠାରୁ କର୍ପୋରେଟ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଚାଲିଥିଲା ।ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନ କର୍ମଚାରୀଙ୍କ ଦାବିକୁ ବିଚାର ବିମର୍ଶ କରି ସମାଧାନ କରିବା ପାଇଁ ଆନ୍ଦୋଳନକୁ ସ୍ଥଗିତ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନ ସରିଯାଇ ଥିଲେ ମଧ୍ୟ ଆଉଟ ସୋର୍ସ କର୍ମଚାରୀଙ୍କ ଦାବି ପୁରଣ ହୋଇ ନାହିଁ। ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ଦିନ ରାଜ୍ୟ ସରକାର, ପୋଲିସ ପ୍ରଶାସନକୁ ସାତ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଦିବାରାତ୍ର ଧାରଣା ଆରମ୍ଭ ହେବ ବୋଲି କାର୍ଯ୍ଯକାରୀ ସଭାପତି ପଞ୍ଚାନନ ଜେନା ଦରଖାସ୍ତ ମାଧ୍ୟମରେ ଅବଗତ କରାଇଛନ୍ତି।