ଆଇ.ଏଫ.ଟି.ୟୁ ତରଫରୁ ସର୍ବଭାରତୀୟ ପ୍ରତିବାଦ ଓ ବିକ୍ଷୋଭ ।

0 364

ବ୍ରହ୍ମପୁର, ୨୩/୦୯(ପିପିଟି); ଆଜି ଆଇ.ଏଫ.ଟି.ୟୁ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ଦାବି ପୂରଣ ନିମନ୍ତେ ବିକ୍ଷୋବ ପ୍ରଦର୍ଶନ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧିନ କେନ୍ଦ୍ରର ଏନଡିଏ ସରକାର ଦେଶୀ ବିଦେଶୀ ବୃହତ୍ ପୁଞ୍ଜିପତିଙ୍କ ସ୍ୱାର୍ଥରେ ଲଗାତାର ଶ୍ରମିକ ବିରୋଧୀ ନୀତି ଗ୍ରହଣ କରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଆହ୍ବାନରେ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଇଣ୍ଡିଆନ୍ ଫେଡେରେସନ ଅଫ୍ ଟ୍ରେଡ଼ ୟୁନିୟନ (ଆଇ.ଏଫ.ଟି.ୟୁ)ର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଶ୍ରମିକ ଏବଂ କର୍ମଚାରୀ ମାନଙ୍କ ବିଭିନ୍ନ ଦାବିକୁ ଉପସ୍ଥାପନ କରିବା ସହିତ ସମସ୍ତ ଜନସାଧାରଣଙ୍କ ହସ୍ତକ୍ଷପ ପାଇଁ ଆଶା କରିଛନ୍ତି କମିଟି । ଦାବି ଗୁଡିକ ଯଥା,ଶ୍ରମିକ ବିରୋଧୀ ସମସ୍ତ ଶ୍ରମ କୋଡ଼କୁ ସଂସଦରୁ ପ୍ରତ୍ୟାହାର କରାଯାଉ,ଦେଶର ସମସ୍ତ ଶ୍ରମିକଙ୍କୁ ଏକ ଯଥାର୍ଥ ସର୍ବନିମ୍ନ ମଜୁରୀ ଦେବାକୁ ନିଶ୍ଚିତ କରାଯାଉ,ଲକ୍ ଡାଉନ ଯୋଗୁଁ ନିଜର ରୋଜଗାର ହରାଇଥିବା ଏବଂ ରୋଜଗାର ପାଇବାରେ ସମର୍ଥ ହୋଇନଥିବା ଦେଶର ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ୧୦୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉ,ଲକ୍ ଡାଉନ ଯୋଗୁଁ କାମରୁ ବାହାରି ଯାଇଥିବା ବା ଛଟେଇ ହୋଇଥିବା ଶ୍ରମିକ କର୍ମଚାରୀମାନଙ୍କୁ ପୂର୍ଣ ଦରମା ସହିତ ପୂର୍ବଭଳି ନିଯୁକ୍ତି ମିଳିବାର ଗ୍ୟାରେଣ୍ଟି କରାଯାଉ,ସମସ୍ତ ପ୍ରକାର ସ୍ଥାୟୀ କାମ ପାଇଁ ଠିକା ଏବଂ ଆଉଟସୋରସିଂ ବ୍ୟବସ୍ଥାକୁ ଉଛେଦ କରି ନିୟମିତ ନିଯୁକ୍ତିର ବ୍ୟବସ୍ତା କରାଯାଉ,ସରକାରୀ ପ୍ରତିଷ୍ଠାନର ଘରୋଇକରଣ ଓ ଜାତୀୟ ଶିକ୍ଷା ନୀତି ପରି ଦେଶବିରୋଧୀ ଏବଂ ଜନବିରୋଧୀ ନୀତିକୁ ବନ୍ଦ କରାଯାଉ,ଦେଶର ଜନସ୍ୱାସ୍ଥ୍ୟ ପାଇଁ ଜିଡିପିର ସର୍ବନିମ୍ନ ୫% ବିନିଯୋଗ କରାଯାଉ,କୋଭିଡ଼ ସମୟରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମା ଘୋଷଣା କରାଯାଉ,ସମସ୍ତ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ପି.ଏଫ ଏବଂ ସମସ୍ତ କର୍ମଚାରୀ ଓ ପେନ୍ସନଭୋଗିଙ୍କୁ ସମ୍ପୂର୍ଣ୍ଣ ମାହାଙ୍ଗା ଭତ୍ତା ପ୍ରଦାନ କରାଯାଉ,କୋଭିଡ଼ ମୁକବିଲାର ଆର୍ଥିକ ବୋଝକୁ ସରକାର ଦେଶର ଶ୍ରମିକ ଏବଂ କର୍ମଚାରୀଙ୍କ ଉପରେ ଲଦିବା ବନ୍ଦ କରନ୍ତୁ । ଏଭଳି ବିଭିନ୍ନ ଦାବି ନେଇ ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ ଆବାହକ, ଏ.ଚୂଡ଼ାମଣି (ନିର୍ମାଣ ଶ୍ରମିକ ଜିଲ୍ଳା ସଭାପତି )ବୈଜୟନ୍ତୀ ସାହୁ (ମାନା ଟ୍ରଷ୍ଟ୍ କର୍ମଚାରୀ ନେତା ),ଜଲ୍ଲି ପରିଡା,ସଂଯୁକ୍ତା ମହାରଣା,କବି ବେହେରା (ନିର୍ମାଣ ଶ୍ରମିକ ନେତା )ମଧୁନାୟକ,ତୋଫାନ ସ୍ୱାଇଁ ପ୍ରମୁଖ ନେତୃତ୍ବ ନେଇ ଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.