ଆଇ ଆର ଇ କମ୍ପାନୀ ସ୍ବାର୍ଥରେ ଗୁରୁଦେବ ଓ ଗ୍ରାମବାସୀଙ୍କ ଗିରଫଦାରୀକୁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାରର ଦୃଢ ନିନ୍ଦା ।

0 243

ବ୍ରହ୍ମପୁର,୧୬/୧୨(ପିପିଟି): ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ମୋନାଜାଇଟ ପ୍ଳାଣ୍ଟ ଯୋଗୁଁ ଛତ୍ରପୁର ଅଞ୍ଚଳର ବଡ଼ପୁଟ, କଣମଣା ଆଦି ଗ୍ରାମ ପଞ୍ଚାୟତ ସମେତ ୩୦ କିମି ପରିଧି ଅଂଚଳରେ କିଡନୀ ଜନିତ ରୋଗରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁଁ ମୋନIଜାଇଟ ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କରିବା, CSR ନିୟମ ଅନୁଯାୟୀ ସ୍ଥାନୀୟ ଅଂଚଳରେ ସମସ୍ତ ମୌଳିକ ଆବଶ୍ୟକତା ପୂରଣ, କରିବା, ଦଳିତ ଓ ନିରୀହ ଗ୍ରାମବାସୀଙ୍କ ଜମିକୁ ଜବରଦସ୍ତ IREL କମ୍ପାନୀ ନିଜ ଅକ୍ତିଆରକୁ ନେବା ବିରୁଦ୍ଧରେ ସାଥି ଗୁରୁଦେବ ବେହେରାଙ୍କ ଏବଂ ଗ୍ରାମବାସୀଙ୍କ ନେତୃତ୍ୱରେ କମ୍ପାନୀ ବିରୋଧର ସଂଘର୍ଷ କରିବା ସହ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ସରକାର, ପ୍ରଶାସନ ଓ ପୋଲିସର କମ୍ପାନୀ ପ୍ରୀତି ଯୋଗୁଁ ଜନ ଆନ୍ଦୋଳନ ଉପରେ ଦମନ କରିବା ପାଇଁ ପୋଲିସ କମ୍ପାନୀ ଗୁଣ୍ଡା ଭାବେ କାମ କରି ଆନ୍ଦୋଳନ କାରୀଙ୍କୁ ରାତି ଅଧିଆ ଉଠାଇନେବା, ଧମକ ଚମକ ଦେବା ଜାରି ରଖିଛି । ଏହା ପୋଲିସର ଅନ୍ୟାୟ ରାଜ ବିରୁଦ୍ଧରେ ଗତ ୧୪ ଡିସେମ୍ବର ୨୦୨୦ରେ ଜିଲ୍ଲା ଏସପି (ପୋଲିସ) ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ନିର୍ଭୟ ପ୍ରତିଶୃତି ଦେଇଥିଲେ ଯେ ଆଉ କାହାରିକୁ ଗିରଫ କରାଯିବ ନାହିଁ । ଅନ୍ୟପଟେ ଛତ୍ରପୁର ତହସିଲଦାରଙ୍କୁ ମଧ୍ୟ ଗ୍ରାମବାସୀଙ୍କ କାଗଜ ପତ୍ର ୧୫ ଦିନ ଦେଖାଯାଇଥିଲା ଗତ କାଲି ଅର୍ଥାତ୍ ୧୫ ଡିସେମ୍ବର ୨୦୨୦ରେ ପୁଣି ଥରେ ପ୍ରଦାନ କରି ଆଲୋଚନା କରାଯାଇଥିଲା ଏବଂ ସେ ମଧ୍ୟ ଗିରଫ ନ କରିବା ପାଇଁ ଥାନା ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଜନ ଆନ୍ଦୋଳନର ସାଥୀ ଗୁରୁଦେବ ବେହେରା ସକ୍ରିୟ ଯୋଦ୍ଧା ହୋଇଥିବାରୁ ଆଜି ସକାଳ ୯ ଘଟିକାରେ ଚମାଖଣ୍ଡି ପୋଲିସ ଅନ୍ୟାୟପୂର୍ଣ ଭାବେ ଗିରଫ କରିଛି ବୋଲି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଜଣାଇଛନ୍ତି। ସେ ଜଣେ ସଂଗ୍ରାମୀ ସାଥି, ମାନବ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ, ଆଇଆରଇ ପ୍ଳାଣ୍ଟକୁ ପ୍ରଥମ ଥର ପାଇଁ ୮ ଡିସେମ୍ବର ୨୦୨୦ ଭାରତ ବନ୍ଦ ଗୁରୁଦେବ ବେହେରାଙ୍କ ନେତୃତ୍ବରେ କରାଯାଇଥିଲା । ୧୪ ଡିସେମ୍ବର ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଗଣଧାରଣାରେ ସାମିଲ ହୋଇଥିଲେ । ପୋଲିସ ଓ ପ୍ରଶାସନ କମ୍ପାନୀର ହାତବାରିସୀ ହୋଇ ଜନ ଆନ୍ଦୋଳନ କାରୀଙ୍କ ଉପରେ ଦମନ କରିବାକୁ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦୃଢ ନିନ୍ଦା କରୁଅଛୁ । ସାଥି ଗୁରୁଦେବ ବେହେରା ଏବଂ ପୋଲିସ ଗିରଫ କରିଥିବା ସମସ୍ତ ଗ୍ରାମବାସୀ ଙ୍କୁ ଅବିଳମ୍ବେ ରିଲିଜ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପନ କରୁଅଛୁ । ଗ୍ରାମବାସୀଙ୍କ ଜମିକୁ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ବଳପୂର୍ବକ ଦଖଲକୁ ନେବା ଓ କାମ କରିବା କ୍ଷେତ୍ରରୁ କ୍ଷାନ୍ତ ରୁହନ୍ତୁ ।

Leave A Reply

Your email address will not be published.