ଆଇସିଡିଏସ ର କରୋନା ସଚେତନତା ରାଲି ।

0 382

କୋଦଳା,(ପିପିଟି)୧୭/୦୬, ମହାମାରୀ କିଲ୍ଲର କରୋନାର ଭୟାବହତା କୁ ଆଖି ଆଗରେ ରଖି ବେଗୁନିଆପଡ଼ା ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନେତୃତ୍ବରେ ସମସ୍ତ ସୁପର ଭାଇଜର , ଏସଏଚଜି  , ଅଙ୍ଗନୱାଡି କର୍ମୀ , ସହାୟିକା ମିଳିତ ଭାବେ ବେଗୁନିଆପଡା ନଗର ପରିକ୍ରମା କରି ମହାମାରୀ କରୋନା ମହାମାରୀ ଦାଉ ରୁ ନିଜକୁ , ନିଜ ପରିବାର ଏବଂ ଅନ୍ୟ ମାନଙ୍କୁ ଉଦ୍ଧାର କରିବାକୁ ନେଇ ଏକ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଏକ ଶହରୁ ଉର୍ଦ୍ଧ୍ବ ମହିଳା ବ୍ଲକ ସମ୍ମୁଖ ରୁ ବାହାରି ବେଗୁନିଆପଡା ମୁକ୍ଷ ରାସ୍ତା ଦେଇ ପ୍ରତ୍ୟକ ସାହି ପରିକ୍ରମା କରି, ମାସ୍କ ପିନ୍ଧନ୍ତୁ, ବାହାରେ ଛେପ ପକାନ୍ତୁ ନାହିଁ ,ବାରମ୍ବାର ସାବୁନ ରେ ହାତ ଧୁଅନ୍ତୁ, ଆବଶ୍ୟକ ନ ଥିଲେ ଘରୁ ବାହରନ୍ତୁ ନାହିଁ , ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ,”କରୋନା ହାରିବ, ଆମେ ଜିତିବା” ଏମିତି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ପ୍ଲାକାର୍ଡ ଦେଖାଇ ସଚେତନ କରିଥିଲେ । ସିଡିପିଓଙ୍କ ଏହି ଜନହିତକର କାର୍ଯ୍ୟକୁ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.