ବ୍ରହ୍ମପୁର,୩୦/୧୦(ପିପିଟି); ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ କୋଟି କୋଟି ଟଙ୍କାର ଆଇପିଏଲ ବେଟିଂ ଚାଲିଛି। କୋଲକାତା,ମୁମ୍ବାଇ, ଦିଲ୍ଲୀ ଓ ଦୁବାଇ ପର୍ଯ୍ୟନ୍ତ ଆଇପିଏଲ ବେଟିଂର ଲିଙ୍କ ରହିଥିବା ଜଣାପଡିଛି। ଏହି ବେଆଇନ୍ କାରନାମାକୁ ରୋକିବା ପାଇଁ ବ୍ରହ୍ମପୁର ଏସପିଙ୍କ ପ୍ରତ୍ଯେକ୍ଷ ତତ୍ବାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଆଇପିଏଲ ବେଟିଂର କିଙ୍ଗପିନ୍ ଆର.ଲାଲୀ ଆଚାରୀ(୫୦) ଓ ତାର ସହଯୋଗୀ କେ.ପ୍ରଶାନ୍ତ କୁମାର ସୁବୁଦ୍ଧି(୪୩)ଙ୍କୁ ଗିରଫ କରାଯାଇଛି। ପ୍ରକାଶ ଥାଉକି ବେଟିଂର କିଙ୍ଗପିନ୍ ଗଣେଶ ନଗର ତୃତୀୟ ଗଳିର ଆର.ଲାଲୀ ଆଚାରୀ ଓ ଗାନ୍ଧୀ ନଗର ସାଇ କମ୍ପ୍ଲେକ୍ସର କେ.ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କ ଠାରୁ ନଗଦ ୩୩ଲକ୍ଷ ୬୧ହଜାର ୨ଶହ ଟଙ୍କା,୪ଟି ମୋବାଇଲ୍ ଫୋନ୍ ଓ ୩ଟି ଏଟିଏମ୍ କାର୍ଡ ଜବତ କରିଛି। ଏହି ଘଟଣାକୁ ନେଇ ଗୋସାଇଁନୂଆଗାଁ ପୁଲିସ ଥାନା କେଶ୍ ନଂ ୧୪୧/୨୦୨୦ ରେ ମାମଲା ରୁଜୁ ହୋଇଥିବା ନେଇ ଆଜି ଏସପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ ଓ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।