ଆଇପିଏଲ ଅନଲାଇନ ବେଟିଂ,୫ ଗିରଫ, ୪.୫୬ ଲକ୍ଷ ଟଙ୍କା, ୨୦୩ ଗ୍ରାମ ସୁନା ଓ ଦାମୀ କାର ଜବତ ।

0 280

ବ୍ରହ୍ମପୁର,୧୭/୦୫(ପିପିଟି): ଆଇପିଏଲ ଅନଲାଇନ ବେଟିଂ କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁରର ଗୋସାଣି ନୂଆଗାଁ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୫୬ ହଜାର ଟଙ୍କା , ୨୦୩ ଗ୍ରାମ ସୁନା ଅଳଙ୍କାର ,ଏକ ଦାମୀ କାର , ୯ ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଶି ହାଟର ଦିପୁ ନାହାକ (୩୨) , କିଟୁ ରାଉତ (୩୬) , ଅଶ୍ବିନୀ କୁମାର ପାତ୍ର (୩୧) , ପ୍ରସନ୍ନ କୁମାର ସାହୁ (୩୮) ଓ ଗୋପୀନାଥ ମହାରଣା (୨୮) । ଏହି ଅଭିଯୁକ୍ତମାନେ କୋଲକାତାର ଜଣେ ଡିଷ୍ଟ୍ରିବୁଟର ଠାରୁ ଲାଇନ୍ ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ଅନଲାଇନ ବେଟିଂ ଚଳାଇଥିଲେ ବୋଲି ବ୍ରହ୍ମପୁର ଏସ.ପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.