ଆଇନ ମାନୁ ନାହାଁନ୍ତି ଆଇନ ରକ୍ଷକ; ଚୋରୀ ଘଟଣାରେ ୪ ନାବାଳକଙ୍କୁ ଶାରୀରିକ ନିର୍ଯ୍ଯାତନା ।

0 888

ମାଲକାନଗିରି,୧୬/୦୨(ପିପିଟି);ଆଇନ ମାନୁ ନାହାଁନ୍ତି ଆଇନ ରକ୍ଷକ ।ଚୋରୀ ଘଟଣାରେ ୪ ଜଣ ନାବାଳକୁ ଥାନାକୁ ଆଣି ଦେଇଛନ୍ତି ଅକଥନୀୟ ଶାରୀରିକ ନିର୍ଯ୍ଯାତନା ଏମିତି ଏକ ସ୍ପର୍ଶକାତର ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୋଲିସ ଥାନାରେ ! ଚାରି ନାବାଳଙ୍କ ପିତାମାତା ଗୁରୁତର ଅଭିଯୋଗ ଆଣିଛନ୍ତି ଚିତ୍ରକୋଣ୍ଡା ପୋଲିସ ନାମରେ । ୪ ଜଣ ନାବାଳକକୁ ଚୋରୀ ଘଟଣାରେ ଗିରଫ କରି ତାଙ୍କୁ କ୍ରମାଗତ ଭାବେ ତିନି ଦିନ ଧରି ପ୍ରହାର କରିବା ସହ ବିଦ୍ୟୁତ୍ ଆଘାତ ଦେଇ ଆହତ କରିଥିଲେ । ଗୁରୁତର ଭାବେ ଆହାତ ନାବାଳକମାନଙ୍କୁ ଚିତ୍ରକୋଣ୍ଡା ପୋଲିସ ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି,ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରୀ ହୋଇଥିଲା। ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସ ଚାରି ଜଣ ନାବାଳକଙ୍କୁ ତାଙ୍କ ଘରୁ ଉଠାଇ ମାତ୍ରାଧିକ ଶାରୀରିକ ନିର୍ଯ୍ଯାତନା ଦେଇଥିଲା। ମାନବିକ ଅଧିକାରକୁ ଭୃକ୍ଷେପ ନକରି ଚିତ୍ରକୋଣ୍ଡା ପୋଲିସ ନିଜେ ଆଇନକୁ ଉଲଙ୍ଘନ କରି ଶେଷରେ ବିଦ୍ଯୁତ ଆଘାତ ଦେବା ଘଟଣା ବ୍ରିଟିଶ ପୋଲିସର ବର୍ବରତା କାଣ୍ଡକୁ ପୁନଶ୍ଚ ସ୍ମରଣ କରେଇ ଦେଇଛି । ଜୁଭିଲାଇନ ଜଷ୍ଟସ ଆଇନକୁ ପୋଲିସ ଖୋଲାଖୋଲି ଉଲଙ୍ଘନ କରିଛି । ଯଦି ପୋଲିସ ଏଭଳି ନାବାଳକମାନଙ୍କୁ ନିର୍ଯାତନା ଦିଏ, ତେବେ ମୋ ସରକାରର ସାଇନ ବୋର୍ଡର ମହତ ଉଦ୍ଦେଶ୍ଯ ପ୍ରତି ଲୋକମାନଙ୍କ ମାନସ ପଟ୍ଟରୁ ସରକାରକଙ୍କ ଠାରୁ ଆସ୍ଥା , ବିଶ୍ବାସ ଏବଂ ଭରସା ତୁଟିବା ସ୍ପଷ୍ଟ ପରିଲିକ୍ଷିତ ହେଉଛି । ଆଇନ ଅନୁସାରେ ଯେ କୌଣସି ଅଭିଯୁକ୍ତକୁ ପୋଲିସ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବା ନିର୍ଦ୍ଦଶ ଥିଲା ବେଳେ କେଉଁ ନିୟମ ବଳରେ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ଆଘାତ ଦେଇଥିଲା ? ଚିତ୍ରକୋଣ୍ଡା ଥାନାରେ ପ୍ରବେଶ କରି ବାହାର ଲୋକମାନେ ମଧ୍ଯ ସେମାନଙ୍କୁ ଶାରୀରିକ ନିର୍ଯ୍ଯାତନା ଦେଇଥିବା ୪ ଜଣ ନାବାଳକ ଆଜି ଗଣ ମାଧ୍ଯମ ସମ୍ମୁଖରେ ବ୍ଯକୁଳ କ୍ରନ୍ଦନ କରି ପ୍ରକାଶ କରିଥିଲେ।ଏହି ଲୋମ ହର୍ଷଣକାରୀ ଦୃଶ୍ୟ ପୁଲିସର ସେବା ମୂଳକ ଲକ୍ଷ ପଥରୁ ବିଚ୍ଯୁତ ହୋଇ ଏକ ରାକ୍ଷସ ପ୍ରବୃତ୍ତିକୁ ପରିପ୍ରକାଶ କରୁଛି ! ଏ ସଂପର୍କରେ ପରିବାରବର୍ଗ ମାଲକାନଗିରି ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ଏସପି ସାକ୍ଷାତ ନକରିବାରୁ ସେମାନେ ଅସହାୟ ଏବଂ ନୈରାଶ୍ଯ ହୋଇ ଘରକୁ ଫେରିଛନ୍ତି। ତେବେ ଏନେଇ ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ପ୍ରଶ୍ନ କରାଯାଇଥିଲା ବେଳେ ନିଜର ଦୁର୍ବଳତାକୁ ଘଣ୍ଟ ଘୋଡାଇବା ପାଇଁ ଚିରା ଚରିତ ଢଙ୍ଗରେ ମିଥ୍ୟା ଆରୋପ ବୋଲି ଗଣ ମାଧ୍ଯମକୁ କହିଥିଲେ ! ଏମାନେ ପୂର୍ବରୁ ମଧ୍ୟ ଚୋରିକାମ କରିଥିବା କହିଥିଲେ। ସେମାନଙ୍କ ଘରୁ ହିଁ ସବୁ ଚୋରୀ ଜିନିଷ ଉଦ୍ଧାର କରାଯାଇଛି ବୋଲି ସେ ଯୁକ୍ତି ବାଢିଥିଲେ। ତେବେ ୪ ଜଣ ନାବାଳକଙ୍କୁ ତୁରନ୍ତ ଡାକ୍ତର ମାଇନା କରାଯାଇ ଚିତ୍ରକୋଣ୍ଡା ପୁଲିସ ବିରୁଦ୍ଧରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପରିବାର ତରଫରୁ ଦୃଢ ଦାବି ହୋଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିକି)

Leave A Reply

Your email address will not be published.