ଅହିଂସା ରଥକୁ ବେଲଗୁଣ୍ଠାରେ ବିପୁଳ ସମ୍ବର୍ଦ୍ଧନା ।

0 410

ବେଲଗୁଣ୍ଠା,୨୫/୦୯(ପିପିଟି):ଆଜି ଅହିଂସା ରଥକୁ ବେଲଗୁଣ୍ଠାଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ରଥ ସୋରଡ଼ା ଠାରୁ ଆସି ବେଲଗୁଣ୍ଠା ବ୍ଳକର ବଡବୋରସିଂ ପଞ୍ଚାୟତ କାଳିଆ ଗୁଡା ଠାରେ ପହଞ୍ଚିବା ପରେ ସରପଞ୍ଚ ରାମେଶ୍ବର ପାତ୍ରଙ୍କ ନେତୃତ୍ବରେ ଓ ନୁଆଗାଁ -ଧୁମୁଛାଇ ବଡନଦୀ ସେତୁ ପାଖରେ ପହଞ୍ଚିବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ କୁମାର ଶତପଥୀଙ୍କ ଭାବାବେଗ ପରିବେଶ ମଧ୍ୟରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଆୟୋଜିତ ହେଉଛି ଆଜାଦୀକି ଅମୃତ ମହୋତ୍ସବ । ଅହିଂସା ନୀତିର ପ୍ରବର୍ତ୍ତକ ତଥା ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୁଳମନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଗାନ୍ଧୀଙ୍କ ଭାରତ ଭ୍ରମଣର ଶତବାର୍ଷିକୀ ପଦ ଯାତ୍ରା ଅବସର ରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ଓଡ଼ିଶାରେ ଅହିଂସା ରଥର ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ୧୨.୩୦ ସମୟରେ ରଥ ହାଇସ୍କୁଲ ପଡ଼ିଆରେ ପହଞ୍ଚିବା ପରେ ବ୍ଳକ୍ ଓ ପୌର ପରିଷଦର ମିଳିତ ଆନୁକୁଲ୍ୟରେ ଅହିଂସା ରଥକୁ ଆଜି ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିରେ ଅହିଂସା ଓ ସ୍ୱାଧୀନତା ସଂଗ୍ରାମକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଛୋଟ ପିଲାମାନେ ଗାନ୍ଧୀ ବେଶରେ ଉପସ୍ଥିତ ଜନସାଧାରଣଙ୍କୁ ଗାନ୍ଧୀ ବାର୍ତ୍ତା ପ୍ରଦାନ କରିଥିଲେ ।ବିଡ଼ିଓ ରୋଶନ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାବେଶରେ ବିଧାୟକ ପୁର୍ଣ୍ଣ ସ୍ୱାଇଁ, ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ଥାନାଧିକାରୀ ପ୍ରକାଶ କୁମାର ସାହୁ,
ଭଞ୍ଜନଗର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଗୌରୀ ଶଙ୍କର ଶତପଥୀ, ତହସିଲଦାର ଧରଣୀଧର ବେହେରା, ବ୍ଳକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ସିଡିପିଓ ଗାୟତ୍ରୀ ମିଶ୍ର,ଏନ୍.ଏ.ସି ଉପାଧ୍ୟକ୍ଷା ଟି.ବବିତା କୁମାରୀ, ଜିଲ୍ଲା ପରିଷଦ ସଭ୍ୟ ସୁଧିର ଜେନା ଓ ବିଦ୍ୟାଧର ବିଷୋୟୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ୍ନ କୁମାର ବେହେରା,ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଧାରୀ ବେହେରା, କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ଜେନା ଓ ରବୀନ୍ଦ୍ରନାଥ ନାୟକ,ଯୋଗାଣ ନୀରିକ୍ଷକ ସୁବ୍ରତ ଚୌଧୁରୀଙ୍କ ସମେତ କାଉନସିଲର ଦିବ୍ୟ ରଞ୍ଜନ ଦାଶ,ସଙ୍ଗଠକ ଲିଙ୍ଗରାଜ ପାତ୍ର, ଭାସ୍କର ପାତ୍ର, ପ୍ରଦୀପ ସେଠୀ,ବିଶ୍ୱନାଥ ଦଳେଇ,ରଞ୍ଜିତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.