ବ୍ରହ୍ମପୁର,ତା. ୩୦/୦୧(ପିପିଟି); କଳା ଓ କଳାକାର ହୀତ୍ୟୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଜାତିର ଜନକ ମହା ମାନବ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଶ୍ରାଦ୍ଧ ଦିବସ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରତ୍ୟୁଷରେ ସଂଘ ସଦସ୍ୟମାନଙ୍କ ସହଯୋଗ କ୍ରମେ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସଂଘ ତରଫରୁ ମାଲ୍ୟାର୍ପଣ ଓ ରାମ୍ ଧୁନ୍ ଗାନ କରାଯାଇଥିଲା । ପରେ ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସଂଘ ଉପଦେଷ୍ଟା ନୃତ୍ୟଗୁରୁ ସୁବାସ ଚନ୍ଦ୍ର ସାହୁ ମାମା, ନାଟ୍ୟ ଗୁରୁ ପ୍ରତାପ ମହାପାତ୍ର, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ତ୍ୟାଗପୂତ ଆଦର୍ଶ ଜୀବନ ସଂହିତା ସ୍ମରଣ ସହ ଅହିଂସା ମନ୍ତ୍ର ହିଁ ତାଙ୍କ ପାଇଁ ମୃତ୍ୟୁଞ୍ଜୟୀ ମହମନ୍ତ୍ର ଥିଲା ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ବରିଷ୍ଠ କଳାକାର କିଶୋର କପୁର ସ୍ଵାଗତ ଭାଷଣ, କୋଷାଧ୍ୟକ୍ଷ ବଳଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଭିନୟ ଜଗତର ପ୍ରକାଶକ ରବୀନ୍ଦ୍ର କୁମାର ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।